ପ୍ରତିଷ୍ଠିତ ଖଣି ବ୍ୟବସାୟୀ ତଥା ଚମ୍ପୁଆର ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକଙ୍କ ଘରେ ଆୟକର ବିଭାଗର ଚଢ଼ାଉ।
କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ଯୋଡା ଖଣିମଣ୍ଡଳ ଠାରେ ଆୟକର ବିଭାଗ ପକ୍ଷରୁ ଚଢାଉ। ଯୋଡା ଖଣି ମଣ୍ଡଳ ତଥା ଯୋଡା ଯୋଡା ପୌରପାଳିକା ଓ ଯୋଡା ଥାନା ଅନ୍ତର୍ଗତ ରହୁଥିବା ପ୍ରତିଷ୍ଠିତ ଖଣି ମାଲିକ ଓ ବ୍ୟବସାୟୀ ତଥା ଚମ୍ପୁଆ ନିର୍ବାଚନୀ ମଣ୍ଡଳୀର ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଜିତୁଙ୍କ ଯୋଡ଼ା ସ୍ଥିତ ସାଇ ମନ୍ଦିର ନିକଟରେ ଥିବା ବାସଭବନ ଓ ବନେଇକଳା ଛକରେ ଥିବା ଖଣି କାର୍ଯ୍ୟାଳୟରେ ରେଡ୍ କରୁଛି ଆୟକର ବିଭାଗ। ସୂଚନା ଅନୁଯାୟୀ ବ୍ୟବସାୟିକ କାରବାରରେ ଅନିୟମିତତା ଟିକସ୍ ଫାଙ୍କିବା ଅଉିଯୋଗରେ ଏହି ରେଡ୍ ହେଉଥିବା ସୂଚନା ।ଆୟକର ବିଭାଗର ଦୁଇ ଦୁଇଟି ଟିମ୍ ଏହି ଚଢ଼ାଉରେ ସାମିଲ ରହିଥିବା ସୂଚନା । ଆୟକର ବିଭାଗ ଜିତୁଙ୍କ ବନେଇକଳା ଛକରେ ଥିବା ଖଣି କାର୍ଯ୍ୟlଳୟ ରେ କାମ କରୁଥିବା କର୍ମଚାରୀଙ୍କ ମୋବାଇଲ ଫୋନ୍ ସିଜ୍ କରିଥିବା ସୂଚନା। ଏହା ସହ ଜିତୁଙ୍କ ଅଫିସ ଓ ଘରେ କାଗଜପତ୍ର ଯାଞ୍ଚ ପ୍ରକ୍ରିୟା ଚାଲୁ ରହିଥିବା ସୂଚନା ଏବଂ
ପ୍ରକାଶ ଥାଉକି ପୂର୍ବରୁ ମଧ୍ୟ ଆୟକର ବିଭାଗ ପକ୍ଷରୁ ଜିତୁଙ୍କ ବିଭିନ୍ନ ସ୍ଥାନରେ ଥିବା ଘର ଓ ଅଫିସରେ ଚଢ଼ାଉ କରାଯାଇଥିଲା।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ ଜାଗ୍ରତ ଭାରତ ନିଉଜ।





