Spread the love

ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗଁଦିଆ ବ୍ଳକ ର ଷଡ଼ଙ୍ଗୀ ନୂଆସାହି ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ମଞ୍ଜୁଲତା ମହାନ୍ତି ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସମାରୋହ ଗଁଦିଆ ବ୍ଳକ ର ପୂର୍ବତନ ଅଧ୍ୟକ୍ଷା କୁନିଲତା ଦେହୁରୀ ଙ୍କ ଅଧ୍ୟକ୍ଷତାରେ ମଇ ମାସ ଏକତିରିଶି ତାରିଖ ଦିନ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଉତ୍ସବରେ ମୁଖ୍ୟଅତିଥି ଭାବେ ଢେଙ୍କାନାଳ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ଶ୍ରୀମତୀ ସସ୍ମିତା ସାହୁ, ମୁଖ୍ୟ ବକ୍ତା ଭାବେ ଅବସର ପ୍ରାପ୍ତ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ଜ୍ଯୋର୍ତିମୟୀ ନାଥ, ସମ୍ମାନିତ ଅତିଥି ଭାବେ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ନିରଞ୍ଜନ ପ୍ରଧାନ, ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ବିଭାଗ ଅଧିକାରୀ ଧରଣୀଧର ମଲ୍ଲିକ, ଯୋଗଦାନ କରି ଅବସର ଗ୍ରହଣ କରିଥିବା ଶିକ୍ଷୟିତ୍ରୀ ଙ୍କ ଗୁଣଗାନ କରିଥିଲେ। ବିଶିଷ୍ଟ ସମାଜସେବୀ, ଶିକ୍ଷାବିତ୍ ତଥା ପରିବେଶବିତ୍ ହରିହର ସାହୁ ମଞ୍ଚ ପରିଚାଳନା କରିଥିଲେ। ଶିକ୍ଷକ ଅଜିତ କୁମାର ରାଉତ, ଶିକ୍ଷୟିତ୍ରୀ ପୁଷ୍ପଲତା ସାହୁ ବିଦାୟୀ ଶିକ୍ଷୟିତ୍ରୀ ଙ୍କ ଗୁଣଗାନ କରିଥିଲେ। ଶିକ୍ଷକ ବିଜୟ କୁମାର ବରାଳ, ଅକ୍ଷୟ କୁମାର ସାହୁ, ଅବସର ପ୍ରାପ୍ତ ଶିକ୍ଷକ କ୍ରିଷ୍ନଚନ୍ଦ୍ର ସାହୁ, ମୁରଲୀଧର ନାୟକ ଙ୍କ ସହିତ ପରିଚାଳନା ପରିଷଦ ସଭାପତି ଓ ସଭ୍ୟ ସଭ୍ୟା ସକ୍ରୀୟ ସହଯୋଗ କରିଥିଲେ ‌ବିଦ୍ଯାଳୟ ତରଫରୁ ମାନପତ୍ର ଉପଢୌକନ ଓ ଉପହାର ପ୍ରଦାନ କରାଯାଇ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।

Leave a Reply

Your email address will not be published. Required fields are marked *