Spread the love

ରଥରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ସୁନାବେଶ ରେ ଭକ୍ତଙ୍କୁ ଦେଉଛନ୍ତି ଦର୍ଶନ

ଢେଙ୍କାନାଳ ଆଜି ହରିଶୟନ ଏକାଦଶୀ ଥିବାରୁ ରଥରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସୁନାବେଶ ଅନୁଷ୍ଠିତ ହୋଇଥିଲା। ସୁନା ମୁକୁଟ, ସୁନା ବାହୁ,ସୁନା ଚକ୍ର, ସୁନା ସଂଖ, ସୁନା କମରପଟି,ଶ୍ରୀପୟର ଲାଗି କରାଯାଇଥିଲା ଫୁଲ ହାରରେ ଠାକୁରଙ୍କୁ ସୁସଜ୍ଜିତ କରାଯାଇଥିଲା। ରାଜ ପରିବାରର ପକ୍ଷରୁ ମଙ୍ଗଳାର୍ପଣ ପୂଜା ଓ ବନ୍ଦାପନା ତଥା ୧୦୮ ଆଳତି କରାଯାଇଥିଲା।ରାଜପୋରଧାଙ୍କ ଦ୍ବାରା ପୂଜାର୍ଚ୍ଚନା କରାଯାଇଥିଲା। ଯୁବରାଜ ଅମର ଜୈତି ସିଂହଦେଓ ଙ୍କ ଉପସ୍ଥିତି ରେ ଏହି ପୂଜା ହୋଇଥିଲା।, ମନ୍ଦିର ପୂଜକ ମଲୟ କର, ପୂଜକ ମନସୁମନ ମିଶ୍ର ପୂଜକ,ଶ୍ରୀବତ୍ସ ମିଶ୍ର ମନ୍ଦିର ଜିମାଦାର ଶ୍ୟାମସୁନ୍ଦର ପାଣିଗ୍ରାହୀଙ୍କ ଉପସ୍ଥିତ ରେ ଏହି ସୁନାବେଶ ଅନୁଷ୍ଠିତ ହୋଇଥିଲା। ଏହି ସୁନାବେଶ ଦେଖିବା କୁ ବହୁତ ଭକ୍ତଙ୍କ ଭିଡ଼ ଜମିଛି।

Leave a Reply

Your email address will not be published. Required fields are marked *