Spread the love

(ଓଡିଆ ଭାଷା ସାହିତ୍ୟରେ ପାଲ୍ଲା ସଂସ୍କୃତି କେବେ ବୁଡିବ ନାହିଁ।ଓଡ଼ିଆ ପାଲ୍ଲା ସଂସ୍କୃତି ବଞ୍ଚିଛି ବଞ୍ଚିଥିବ )
ଜଗତସିଂହପୁର
ତା =29/6/23

ଓଡିଶା ସାହିତ୍ୟ ଏକାଡେମୀ ଓ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ବହୁଭାଷୀ ପାଲ୍ଲା ଗାୟକ ଗାୟକ ଶେଖର ଜଗନ୍ନାଥ ବେହେରାଙ୍କ ୯୮ତମ ଜନ୍ମ ଜୟନ୍ତୀ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଇବ୍ରିସିଂସ୍ଥିତ ମା’ଉତ୍ତରେଶ୍ୱରୀଙ୍କ ପୀଠରେ ବାଲିଘର ଫାଉଣ୍ଡେସନ ପକ୍ଷରୁ ପାଳନ କରାଯାଇଛି।ଏଥିରେ ଜଗତସିଂହପୁର ଜିଲ୍ଲାର ବହୁ ବୁଦ୍ଧିଜୀବୀ, ସାହିତ୍ୟିକ, ଲେଖକ,ଆଇନଜୀବୀ,ଶିକ୍ଷାବିତ ଓ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ଜଗନ୍ନାଥ ବେହେରାଙ୍କ ଓଡ଼ିଆ ପାଲ୍ଲା ସଂସ୍କୃତି ପ୍ରତି ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ।ବାଲିଘର ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଏହି ପୂଜ୍ୟପୂଜା ସମାରୋହରେ ଓଡିଆ ପାଲ୍ଲା ସଂସ୍କୃତିରେ ଜଗନ୍ନାଥ ବେହେରାଙ୍କ ଅବଦାନ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିବା ବେଳେ ଅନୁଷ୍ଠାନ ଓ ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ଜଗନ୍ନାଥ ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ବର୍ଷୀୟାନ ପାଲ୍ଲା ଗାୟକ ଜଗନ୍ନାଥ ବେହେରାଙ୍କୁ ଓଡ଼ିଆ ଭାଷା ସାହିତ୍ୟର ଜଣେ ଅଦ୍ୱିତୀୟ ସାଧ୍ୟକ ବୋଲି ବର୍ଣ୍ଣନା କରାଯାଇଥିଲା।

ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *