Spread the love

ବଡ଼ବିଲ ପୌରାଞ୍ଚଳରେ ରାଜରାସ୍ତାରୁ ଧୂଳିକୁ ସଫାକରିବ ଅତ୍ୟାଧୁନିକ ମେସିନ୍ ।

କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ଏକ ଖଣିଜ ବହୁଳ ଅଞ୍ଚଳ ହୋଇଥିବା ବେଳେ ଏହି ଅଞ୍ଚଳରେ ଖଣିଜ ପଦାର୍ଥ ପରିବହନକୁ ନେଇ ଅନେକ ସଂଖ୍ୟାରେ ଗାଡିଘୋଡା ଚଳାଚଳ କରିଥାଏ, ଏବଂ ଏହା ଯୋଗୁ ରାସ୍ତାଘାଟ ମାନଙ୍କରେ ଅହେତୁକ ମାତ୍ରାରେ ଆଇରନ ଡଷ୍ଟ ଓ ଧୂଳି ସବୁ ରାଜରାସ୍ତାରେ ପଡି ରହିବା ସହ ଅଞ୍ଚଳରେ ଅନେକ ମାତ୍ରାରେ ଧୁଳି ପ୍ରଦୂଷଣ ଦେଖିବାକୁ ମିଳିଥାଏ ଏବଂ ଏହା ଯୋଗୁ ଅନେକ ସମୟରେ ଦୁର୍ଘଟଣା ମଧ୍ୟ ଘଟିଥାଏ, ଏହା ଯୋଗୁ ବଡ଼ବିଲ ପୌରାଞ୍ଚଳ ଅନ୍ତର୍ଗତ ରେ ବସବାସ କରୁଥିବା ଅଞଳ ବାସିନ୍ଦାମାନେ ନାହିଁନଥିବା ଦୁର୍ଦ୍ଦଶା ଭୋଗ କରିଥାନ୍ତି। ଯାହାକୁ ନେଇ ବଡ଼ବିଲ ପୌରାଞ୍ଚଳ ବାସିନ୍ଦାମାନେ ବଡ଼ବିଲ ନଗରପାଳ ଲକ୍ଷ୍ମଣ ମହାନ୍ତ ଙ୍କୁ ଅଞ୍ଚଳରେ ଏକ ଅତ୍ୟାଧୁନିକ ରାସ୍ତା ସଫେଇ ମେସିନ୍ ପାଇଁ ବିଗତ ଦିନରେ ଦାବୀ କରିଥିଲେ ଏବଂ ଆଜି ବଡ଼ବିଲ ନଗରପାଳ ଲକ୍ଷ୍ମଣ ମହାନ୍ତ ଏକ ଅତ୍ୟାଧୁନିକ ରାସ୍ତା ସଫେଇ ମେସିନ୍ ଆଣି ପରୀକ୍ଷା ମୂଳକ ଭାବେ ରାସ୍ତାର ସଫେଇ କାର୍ଯ୍ୟ ଆରମ୍ଭ କରିଥିବା ଦେଖିବାକୁ ମିଳିଥିଲା। ଯାହାକୁ ନେଇ ବଡ଼ବିଲ ପୌରାଞ୍ଚଳ ବାସିନ୍ଦା ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଥିବା ବେଳେ ବଡ଼ବିଲ ନଗରପାଳ ଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ ।

Leave a Reply

Your email address will not be published. Required fields are marked *