ନୂଆଦିଲ୍ଲୀ – ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀର ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରି ଏକ ନୂଆ ରେକର୍ଡ କରିଛନ୍ତି। ସେ ବର୍ତ୍ତମାନ ଦଶ ଥର ଜାତୀୟ ପତାକା ଉତ୍ତୋଳନ କରି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସମକକ୍ଷ ହୋଇଛନ୍ତି। ମନମୋହନ ସିଂହ ତାଙ୍କ ପ୍ରଧାନମନ୍ତ୍ରୀତ୍ବ କାଳରେ ସେ ଲଗାତର ଦଶଥର ପତାକା ଉତ୍ତୋଳନ କରିବାର ସୁଯୋଗ ପାଇଥିଲେ।
ଏବେ ସେହି ସ୍ଥାନକୁ ଗଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ଦେଶରେ ଲଗାତର ୧୦ ଥର ପତାକା ଉତ୍ତୋଳନ କରି ମନମୋହନ ସିଂହ ବର୍ତ୍ତମାନ ତୃତୀୟ ସ୍ଥାନରେ ଅଛନ୍ତି। ସେହି ତୃତୀୟ ସ୍ଥାନରେ ବର୍ତ୍ତମାନ ମନମୋହନଙ୍କ ସହିତ ରହିଲେ ମୋଦି। ତାଙ୍କ ପୂର୍ବରୁ ଇନ୍ଦିରା ଗାନ୍ଧି ଏବଂ ଜବାହାରଲାଲ ନେହୁର ସର୍ବାଧିକ ଥର ପତାକା ଉତ୍ତୋଳନ କରି ରେକର୍ଡ କରିଛନ୍ତି। ଦେଶରୁ ଲଗାତର ଅଧିକଥର ପତାକା ଉତ୍ତୋଳନ ଯେ କରିଛନ୍ତି ସେ ହେଉଛନ୍ତି ଜବାହାରଲାଲ ନେହୁର। ସେ ପ୍ରଧାନମନ୍ତ୍ରୀ ଭାବେ ମୋଟ ୧୭ ଥର ପତାକା ଉତ୍ତୋଳନ କରିବାର ସୁଯୋଗ ପାଇଥିଲେ।
ଦ୍ବିତୀୟ ସର୍ବାଧିକ ଥର ଯେ ପ୍ରଧାନମନ୍ତ୍ରୀ ଭାବେ ଲାଲକିଲ୍ଲାରେ ପତାକା ଉତ୍ତୋଳନ କରିଛନ୍ତି ସେ ହେଉଛନ୍ତି ଇନ୍ଦିରା ଗାନ୍ଧି। ସେ ପ୍ରଧାନମନ୍ତ୍ରୀ ଭାବେ ମୋଟ ୧୬ ଥର ପତାକା ଉତ୍ତୋଳନ କରିବାର ସୁଯୋଗ ପାଇଥିଲେ। ଏହାପରେ ତୃତୀୟ ସର୍ବାଧିକ ରେକର୍ଡ କରିଛନ୍ତି ମନମୋହନ ସିଂହ। ତେବେ ଯଦି ନରେନ୍ଦ୍ର ମୋଦି ପୁଣି ଥରେ ପ୍ରଧାନମନ୍ତ୍ରୀ ହୋଇ ୨୦୨୪ ଅଗଷ୍ଟ ୧୫ ରେ ପତାକା ଉତ୍ତୋଳନ କରିବେ ତେବେ ସେ ମନମୋହନଙ୍କ ରେକର୍ଡ ଭାଙ୍ଗି ତୃତୀୟ ସ୍ଥାନକୁ ଆସିବେ।
ବର୍ତ୍ତମାନ ଭାରତ ସ୍ବାଧୀନ ହେବା ପରଠାରୁ ୧୫ ଜଣ ପ୍ରଧାନମନ୍ତ୍ରୀଙ୍କୁ ଦେଶ ଦେଖିଆସିଛି। ତେବେ ସେମାନଙ୍କ ମଧ୍ୟରୁ ୧୩ ଜଣ ପତାକା ଉତ୍ତୋଳନ କରିବାର ସୁଯୋଗ ହାସଲ କରିଛନ୍ତି। ଆଉ ଦୁଇଜଣ ପ୍ରଧାନମନ୍ତ୍ରୀ ହୋଇଥିଲେ ମଧ୍ୟ ସେମାନେ ଲାଲକିଲ୍ଲାରେ ତ୍ରିରଙ୍ଗା ଉଡାଇବାର ସୁଯୋଗ ପାଇପାରି ନାହାଁନ୍ତି। ସେହି ଦୁଇ ଜଣ ହେଲେ ଗୁଲଜରୀଲାଲ ନନ୍ଦା ଏବଂ ଚନ୍ଦ୍ରଶେଖର। ସେମାନଙ୍କର ସ୍ବଳ୍ପ ସମୟ ପ୍ରଧାନମନ୍ତ୍ରୀତ୍ବ କାଳରେ ଅଗଷ୍ଟ ୧୫ ଆସିପାରି ନ ଥିଲା।
ତେବେ ଅନ୍ୟ ଯେଉଁ ପ୍ରଧାନମନ୍ତ୍ରୀମାନେ ପତାକା ଉତ୍ତୋଳନ କରିଥିଲେ ସେମାନଙ୍କ ମଧ୍ୟରେ ଅଟଳବିହାରୀ ବାଜପେୟୀ ୬ ଥର, ରାଜୀବ ଗାନ୍ଧୀ ୫ ଥର, ପି ଭି ନରସିଂହ ରାଓ ୫ ଥର, ଲାଲବାହଦୂର ଶାସ୍ତ୍ରୀ ୨ ଥର, ମୋରାଜୀ ଦେଶାଇ ୨ ଥର, ଚରଣ ସିଂ, ଭିପି ସିଂ, ଏଚ ଡି ଦେବଗୌଡା ଏବଂ ଆଇ କେ ଗୁଜରାଲ ଥରେ ଲେଖାଏଁ ପ୍ରଧାନମନ୍ତ୍ରୀ ଭାବେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି।








![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-07-03_10-39-40-136-scaled.jpg)


