Spread the love

ଢେଙ୍କାନାଳ ୨୫/୯: ଢେଙ୍କାନାଳ ପଦ୍ମ ବଜାର ସ୍ଥିତ ମାଣ୍ଡପା ସାହି ମା ଜଗତଜନନୀ ଖୁଦୁରୁକୁଣୀ ଓଷା ଉପଲକ୍ଷେ ସାହିର ଟିକି ଟିକି କୁନି ପିଲାଙ୍କୁ ନେଇ ପୂର୍ବ ପୁରୁଷଙ୍କର ସୃତି କୁ ନେଇ ସାଧବମାନଙ୍କ ଏକ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଯେମିତି କି ପୁର୍ବଜମାନେ ବୋଇତ ନେଇ ବାଣିଜ୍ୟ କରୁଥିଲେ। ଏହି ପୁରୁଣା କଥାକୁ ନେଇ ଆମ୍ଭେମାନେ ସମସ୍ତେ ଓଡ଼ିଶାବାସୀ ସଦାସର୍ବଦା ମନେପକାଇ ପାଇଁ ଏହି କାର୍ଯ୍ୟକ୍ରମ କରାଯାଇଥିଲା। ଏହି ଖୁଦୁରୁକୁଣୀ ଓଷା ୪୨ବର୍ଷ ଧରି ଚାଲିଆସୁଥିବା ବେଳେ ମା’ଙ୍କ ପାଖରେ ପ୍ରାର୍ଥନା କରୁଛୁ ଏହି ପରି ଆର୍ଶୀବାଦ ରହିଥାଉ ଓ ଆଗାମୀ ଦିନରେ ପୂଜା ଭଲରେ ହେଉ ବୋଲି କହିଛନ୍ତି ସଦସ୍ୟ ସଦସ୍ୟା। ସଭାପତି ଶ୍ରୀମତୀ ସୁଭଦ୍ରା ସାହୁ, ସମ୍ପାଦକ ଶ୍ରୀମତୀ ବନିତା ସାହୁ ଓ ସାହି ସମସ୍ତ ବାସିନ୍ଦା ଙ୍କ ଉପସ୍ଥିତି ରେ ଏହି ଖୁଦୁରୁକୁଣୀ ଓଷା ଓ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳା ସହ ହୋଇଥିଲା ।

Leave a Reply

Your email address will not be published. Required fields are marked *