ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ଯୁବକ ଗୁରୁତର ଅବସ୍ଥାରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ।
କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡବିଲ ପୌରାଞ୍ଚଳ ତଥା ବଡବିଲ ଥାନା ଅନ୍ତର୍ଗତ ରେ ଏକ ମର୍ମଦୂନ୍ତ ସଡକ ଦୁର୍ଘଟଣାରେ ଯୁବକ ଗୁରୁତର, ଯୁବକଙ୍କୁ ଗୁରୁତର ଅବସ୍ଥାରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ। ସୂଚନା ଅନୁଯାୟୀ ଆଜି ସନ୍ଧ୍ୟା ସମୟରେ ବଡବିଲ ସୁନ୍ଦୁରା ବସ୍ତି ଅଞ୍ଚଳର ଚନ୍ଦ୍ରମୋହନ ତିରିଆ ଓରଫ୍ ଚାନ୍ଦ ତାଙ୍କ CD deluxe ମୋଟର ସାଇକେଲ no OD09C- 5106 ଯୋଗେ ବଡବିଲ ଠାରୁ କିରିବୁରୂ ଛକ ଅଭିମୁଖେ ଯାଉଥିବା ସମୟରେ ବିପରୀତ ଦିଗରୁ (ଭୁଲ୍ ଦିଗରୁ) ଏକ ଏସୟୁଭି 300 ଯାହାର no OD09P 3464 ବିଶିଷ୍ଟ ଗାଡି ଶ୍ରୀ ମେଟାଲିକ୍ସ ଅଫିସ୍ ସମ୍ମୁଖରେ ଧକା ଦେଇ ଘଟଣା ସ୍ଥଳରୁ ଫେରାର ହୋଇ ପଞ୍ଚବଟୀ ରେଶିଡେନ୍ସି ଭିତରକୁ ପଳାଇଯାଇଥିଲେ। ଉକ୍ତ ଯୁବକ ଗୁରୁତର ଓ ମୂର୍ମୁସ ଅବସ୍ଥାରେ ରାସ୍ତା ମଝିରେ ଲହୁଲୋଲୋହାଣ ହୋଇ ପଡିଥିବା ବେଳେ କଛି ସ୍ଥାନୀୟ ଯୁବକଙ୍କ ସହାୟତାରେ ବଡବିଲ ପୋଲିସ୍ କର୍ମୀ ୟୁକ୍ତ ଯୁବକଙ୍କୁ ବଡବିଲ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ, ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ କେନୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଇଥିବା ଦେଖିବାକୁ ମିଳିଛି।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ
