ସିଦ୍ଧ ବଳରାମଜୀଉଙ୍କ ମନ୍ଦିର ରେ ସୁନିଆ ପର୍ବ ପାଳିତ
ଢେଙ୍କାନାଳ କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ଆଜି ସୁନିଆ ପର୍ବ ପାଳିତ ହୋଇଯାଇଛି। ପ୍ରାତଃ ରୁ ମଙ୍ଗଳ ଆଳତି ମହାସ୍ନାନ ନୂତନ ବସ୍ତ୍ର ବିଭିନ୍ନ ଫୁଲହାର ତୁଳସୀ ହାର ଲାଗି କରାଯାଇଥିଲା। ବଲ୍ଲଭ ଭୋଗ ଓ ନୂଆ ଛଡା ଭୋଗ ଲାଗି କରାଯାଇଥିଲା। ୧୦ଟାରେ ଖେଚେଡ଼ି ଭୋଗ ମଧ୍ୟାହ୍ନ ସମୟରେ ମଙ୍ଗଳାର୍ପଣ ପୂଜା ଚକା ପୁଳି ଅର୍ନ ଧୂପ ଲାଗି କରାଯାଇଥିଲା। ସନ୍ଧ୍ୟା ରେ ଆଳତି ରାତ୍ରରେ ରାତ୍ର ଧୂପ ପରେ ପହଡ ପଡ଼ିବ। ପୂଜକ ମଳୟ କର ପୂଜକ ଶ୍ରୀବତ୍ସ ମିଶ୍ର ପାଳିଆସେବକ ସମ୍ଭୁନାଥ ମହାପାତ୍ର କାହାଳିଆ ଟିକନ ବେହେରା ଓ ଜୀମାଦାର ଶ୍ୟାମସୁନ୍ଦର ପାଣିଗ୍ରାହୀଙ୍କ ଉପସ୍ଥିତ ଏହି ସୁନିଆ ପର୍ବ ପାଳିତ ହୋଇଯାଇଛି।
