ନୂଆଦିଲ୍ଲୀରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ୍ ଶାହଙ୍କ ଅଧ୍ୟକ୍ଷତାରେ ବାମପନ୍ଥୀ ଉଗ୍ରବାଦ ଦମନ ସମ୍ପର୍କିତ ଜାତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ତରଫରୁ ରାଜ୍ୟ ଅର୍ଥ ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ ଯୋଗ ଦେଇଥିଲେ।
ରାଜ୍ୟର ନକ୍ସଲ ଦମନ ବା ମାଓବାଦୀ ଦମନ ସଂପର୍କରେ ଶ୍ରୀ ଆରୁଖ କହିଲେ ଯେ, ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦୃଢ ଓ ବଳିଷ୍ଠ ନେତୃତ୍ବରେ ଓଡ଼ିଶା ମାଓବାଦୀ ଉଗ୍ରବାଦ ଦମନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି।

