ଝୁମ୍ପୁରା ଠାରେ ବିଶ୍ବହିନ୍ଦୁ ପରିଷଦ ବଜରଙ୍ଗ ଦଳ ସହଯୋଗରେ ସୌର୍ୟ୍ଯ ଜାଗରଣ ଯାତ୍ରା ଅନୁଷ୍ଠିତ ହୋଇଅଛି
ଅଯୋଧ୍ୟାରେ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମ ଚନ୍ଦ୍ରଙ୍କ ଭବ୍ୟ ମନ୍ଦିରର ପ୍ରତିଷ୍ଠା ଉତ୍ସବ ନିର୍ଦ୍ଧାରିତ ହୋଇଥିବା ବେଳେ ସେଇ ପରିପ୍ରେକ୍ଷୀରେ ବିଶ୍ଵହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳର ମିଳିତ ସହଯୋଗରେ ଏକ ପ୍ରଭୂ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର ମାତା ସୀତା ଦେବୀ ଓ ପ୍ରଭୁ ଭକ୍ତ ହନୁମାନଙ୍କ ଫୋଟ ଚିତ୍ରକୁ ବହନ କରି ସୌର୍ୟ୍ଯ ଜାଗରଣ ଯାତ୍ରା ରଥ କେନ୍ଦୁଝର ଜିଲ୍ଲା ଝୁମ୍ପୁରା ଥାନା ଅନ୍ତର୍ଗତ ରେ ଆଜି ପାଖାପାଖି ମଧ୍ୟାହ୍ନ ଦୁଇଟା ସମୟରେ ଖୁମ୍ପୁରା ଥାନା ବାଇପାସ୍ ଛକ ନିକଟରେ ପହଞ୍ଚିବା ପରେ ଶ୍ରୀରାମଙ୍କ ଭବ୍ୟ ରଥକୁ ସହ ସହ ସଂଖ୍ୟାରେ ରାମଭକ୍ତ ଯଥା ଆବାଳ ବୃଦ୍ଧ ବନିତା ଯିଏକି ଭବ୍ୟ ରଥକୁ ସ୍ଵାଗତ କରିଥିବା ଦେଖିବାକୁ ମିଳିଥିଲା। ଏବଂ ରଥ ଝୁମ୍ପୁରା ମାର୍କେଟ ଏବଂ ତେଲି ସାହି ଭ୍ରମଣ କରଯାଇଥିଲା | କୌଣସି ପ୍ରକାରର ଅପ୍ରିତିକର ପରିସ୍ଥିତି କୁ ଏଡାଇବା ପାଇଁ ଝୁମ୍ପୁରା ଥାନାର ଭାରପ୍ରାପ୍ତ ଅଧିକାରି ସୋମବାରୀ ହାଁସଦା ନିଜେ ଉପସ୍ଥିତ ରହି ଅନୁଧ୍ୟାନ କରିବା ସହ କିଛି ସଂଖ୍ୟାରେ ପୋଲିସ୍ ବଳୟ ଙ୍କୁ ସୁରକ୍ଷା ଦୃଷ୍ଟିରୁ ନିୟୋଜିତ କରିଥିଲେ। ଏହି ଅବସରରେ ସମଗ୍ର ଝୁମ୍ପୁରା ଅଞ୍ଚଳରେ ଏକ ପ୍ରକାର ର ଭକ୍ତିମୟ ବାତାବରଣ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା ।
ଝୁମ୍ପୁରା ରୁ ରଞ୍ଜନ ବେହେରା ଙ୍କ ରିପୋର୍ଟ୍ ଜାଗ୍ରତ ଭାରତ ନ୍ୟୁଜୁ
