Spread the love

ଆଜି ୯ଟି ଆଦିବାସୀ ଜିଲ୍ଲାର ସ୍ବତନ୍ତ୍ର ଉନ୍ନୟନ ପରିଷଦର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ୫ଟି ସଚିବ ଶ୍ରୀ ଭି.କେ ପାଣ୍ଡିଆନ ଆଭାଷୀ ମାଧ୍ୟମରେ ଆଲୋଚନା କରିଛନ୍ତି। ଏହି ବୈଠକରେ ୯ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସମେତ ପରିଷଦର ଜିଲ୍ଲା ଅଧ୍ୟକ୍ଷଙ୍କ ସହ ୫ଟି ସଚିବ ଆଲୋଚନା କରିଛନ୍ତି।

 

ଆଲୋଚନା ସମୟରେ ଶ୍ରୀ ପାଣ୍ଡିଆନ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ ତଥା ଦୃଷ୍ଟିକୋଣ ସମ୍ପର୍କରେ ସଦସ୍ୟମାନଙ୍କୁ ପ୍ରାଞ୍ଜଳ ଭାବେ ବୁଝାଇଥିଲେ। ସେ କହିଥିଲେ ଯେ ସ୍ବତନ୍ତ୍ର ଉନ୍ନୟନ ପରିଷଦର ଗଠନ ହେଉଛି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଏକ ଐତିହାସିକ ପଦକ୍ଷେପ।

 

ଜନଜାତି ସାଂସ୍କୃତିର ପ୍ରଚାର ପ୍ରସାର ପାଇଁ ସ୍ବତନ୍ତ୍ର ଭାବେ ଏକ ‘ଜନଜାତି ସାଂସ୍କୃତିକ କ୍ୟାଲେଣ୍ଡର’ ପ୍ରସ୍ତୁତ କରିବା ପାଇଁ ୫ଟି ସଚିବ ପରିଷଦକୁ ପରାମର୍ଶ ଦେଇଥିଲେ। କ୍ୟାଲେଣ୍ଡରରେ ଜନଜାତି ସମୁଦାୟଙ୍କ ପର୍ବପର୍ବାଣୀ, ଜନଜାତି କ୍ରୀଡା କାର୍ଯ୍ୟକ୍ରମ, ଆଦିବାସୀ ମହୋତ୍ସବ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ବିଷୟରେ ସବିଶେଷ ତଥ୍ୟ ଉଲ୍ଲେଖ କରାଯିବ।

 

ଏହି ଆଲୋଚନା ସମୟରେ ସ୍ବତନ୍ତ୍ର ଉନ୍ନୟନ ପରିଷଦ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୧୭୫.୫ କୋଟି ଟଙ୍କାର ଅତିରିକ୍ତ ଅନୁଦାନ ମଞ୍ଜୁର କରିଛନ୍ତି ବୋଲି ଶ୍ରୀ ପାଣ୍ଡିଆନ ସୂଚନା ଦେଇଥିଲେ।

Leave a Reply

Your email address will not be published. Required fields are marked *