ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମନଙ୍କ ଅଧ୍ୟକ୍ଷତାରେ ଜିଏସ୍ଟି ପରିଷଦର ୫୨ତମ ବୈଠକ ନୂଆଦିଲ୍ଲୀ ସ୍ଥିତ ସୁଷମା ସ୍ବରାଜ୍ ଭବନରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଓଡ଼ିଶା ଅର୍ଥମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ ଯୋଗଦେଇ ରାଜ୍ୟ ପକ୍ଷରୁ ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରିବା ସହ ବିଭିନ୍ନ ଦାବି ଉପସ୍ଥାପନ କରିଥିଲେ।
ମିଲେଟ୍ ଭିତ୍ତିକ ଉତ୍ପାଦ ଉପରେ ଜିଏସ୍ଟି ହାର ହ୍ରାସ ଉପରେ ଓଡ଼ିଶା ପକ୍ଷରୁ ଦାବି ଉପସ୍ଥାପନ କରାଯାଇଥିଲା। ଏହା ଦ୍ବାରା ମିଲେଟ୍ ଚାଷ ଅଧିକ ପ୍ରୋତ୍ସାହିତ ହେବ ଏବଂ ଜନସାଧାରଣ ନିଜ ଖାଦ୍ୟରେ ମିଲେଟକୁ ଅଧିକ ସାମିଲ କରିବା ଦିଗରେ ସହାୟକ ହେବ। ଏଥି ସହିତ ଓଡ଼ିଶା ପକ୍ଷରୁ ଅନ୍ଯାନ୍ଯ ଦାବି ଉପସ୍ଥାପନ କରାଯାଇଥିଲା।
ବୈଠକରେ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଲ କୁମାର ଦେବ ଏବଂ ଓଡିଶା ଜିଏସ୍ଟି କମିଶନର ଶ୍ରୀ ସଞ୍ଜୟ କୁମାର ସିଂ ଯୋଗ ଦେଇଥିଲେ।




