Spread the love

ସରକାରୀ ଯୋଜନା ସାତ ସ୍ବପ୍ନ ‌।

ଗଞ୍ଜାମ ଜିଲ୍ଲାର ବହୁଚର୍ଚ୍ଚିତ ନିର୍ବାଚନ ମଣ୍ଡଳୀ ଦିଗପହଣ୍ଡି ର କୁକୁଡାଖଣ୍ଡି ବ୍ଳକ ଅନ୍ତର୍ଗତ କଙ୍କିଆ ପଞ୍ଚାୟତ ର ସୈରା ବାଡ଼ି ଗ୍ରାମ ଯାହା କି ଦୀର୍ଘ ବର୍ଷ ଧରି ଅନେକ ସମସ୍ୟା ରେ ରହିଛନ୍ତି।

ଏହି ନିର୍ବାଚନ ମଣ୍ଡଳୀରୁ ଅନେକ ଥର ମନ୍ତ୍ରୀ ଓ ବାଚସ୍ପତି ରହିଆସୁଥିଲେ ଏଠାକାର ଲୋକ ବିଧାୟକ କିଏ ଜାଣିନାହାନ୍ତି। କେବଳ ଭୋଟ ସମୟରେ ତାଙ୍କର କିଛି ଲୋକ ଆସି ଭୋଟ ଦେବା ପାଇଁ କହିଥାନ୍ତି ଭୋଟ ସରିଲାପରେ କାହାରି ଦେଖାନଥାଏ ସମସ୍ୟା ଦୂର ହେବା ଦୂର ର କଥା।ଆମେ ଭୋଟ ଦେବାକୁ ଇଛା ନଥିଲେ ମଧ ଦେଉଛୁ କାହିଁକି ନାଁ ଆମର ଚାଉଳ କାଡ କାଟିଦେବେବୋଲି। କିନ୍ତୁ ଆମ ଗାଁ କୁ କିଛି ବି ସୁବିଧା ଭଲ ରାସ୍ତା ଖଣ୍ଡେ ନାହିଁ ସ୍କୁଲ ନାହିଁ ମେଡିକାଲ୍ ନାହିଁ ଛୋଟ ପିଲାଙ୍କ ପାଇଁ ଅଙ୍ଗନବାଡ଼ି ନାହିଁ ଆମ ପିଲାମାନଙ୍କୁ ବଣଜଙ୍ଗଲ ଘେରା ରାସ୍ତା ପାଞ୍ଚ ଛଅ କିଲୋମିଟର ଯିବାକୁ ପଡ଼େ ଆମ ଗାଁକୁ ଯାନବାହାନ ଚଳାଚଳ ହେଉନଥିବାରୁ ଅନେକ ସମସ୍ୟା ର ସମ୍ମୁଖୀନ ହେବାକୁ ପଡୁଛି ରାତି ଅଧରେ ଦେହଖରାପ ହେଲେ ଏକ ମାତ୍ର ଶାହା ଆମ୍ବୁଲାନ୍ସ ଠିକ୍ ସମୟରେ ଯଦି ନ ପହଞ୍ଚେ ତାହା ହେଲ ମୃତ୍ୟୁ ମୁଖରେ ପଡ଼ନ୍ତି। କିନ୍ତୁ ସରକାର ଆମ କଥା ଶୁଣୁନାହାନ୍ତି।ଆମେ ସରକାରଙ୍କୁ ଜାଣିଥିଲେ ସରକାରଙ୍କ ପାଖକୁ ଯାଇଥାନ୍ତୁ।

Leave a Reply

Your email address will not be published. Required fields are marked *