Spread the love

କମ୍ପାନୀର ମନମୁଖୀ କାର୍ଯ୍ୟ ଯୋଗୁ ଅଞ୍ଚଳରେ ବଢୁଛି ଜନ ଅସନ୍ତୋଷ ପ୍ରକାଶ ଥାଉକି କେନ୍ଦୁଝର ଜିଲ୍ଲା ବଲାଣି ଥାନା ଅନ୍ତର୍ଗତରେ ଥିବା ବଲାଣି ଡିଏଭି ବିଦ୍ୟାଳୟ ଖେଳ ପଡିଆରେ ସେଲ୍ କମ୍ପାନୀର ନୂତନ କ୍ୱାଟର ନିର୍ମାଣକୁ ଘୋର ନିନ୍ଦା କରିବା ସହିତ ଘୋର ବିରୋଧ କରୁଛନ୍ତି ବଲାଣି ବାସି । ବଲାଣି ସେଲ୍ କମ୍ପାନୀ କତୃପକ୍ଷ ନିଜସ୍ଵ ଡିଏଭି ବିଦ୍ୟାଳୟକୁ ତଥା ନିଜ ସ୍କୁଲକୁ ସମ୍ପୂର୍ଣ୍ଣ ଭାବେ ବନ୍ଧ କରିବା ପାଇଁ ଚକ୍ରାନ୍ତ ଚଳାଉଥିବା ଅଭିଯୋଗ ହେଉଛି । ଏ ନେଇ ବଲାଣି ସେଲ୍ କମ୍ପାନୀ କତୃପକ୍ଷ ଖଣି କଲୋନୀ ଅଞ୍ଚଳରେ ଅନେକ ଅବ୍ୟବହୃତ ଜମିକୁ ବ୍ୟବହାର ନକରି ବିଦ୍ୟାଳୟର ଖେଳ ପଡିଆରେ ଖଣି କର୍ମଚାରୀଙ୍କ ପାଇଁ ନୂତନ କ୍ୱାଟର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି । ଏହି ନିର୍ମାଣ କାର୍ଯ୍ୟକୁ ଶୁଭ ଉଦ୍ଘାଟନ କରିବାକୁ ରାଉରକେଲା ଇସ୍ପାତ କାରଖାନାର କାର୍ଯ୍ୟକାରୀ ନିର୍ଦ୍ଦେଶକ ଅତନୁ ଭୌମିକ ଆସି ଶୁଭ ଦେଇଥିଲେ । ସେଲ୍ କମ୍ପାନୀର ଏହି କାର୍ଯ୍ୟକୁ ବିଭିନ୍ନ ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯାଉଥିବା ବେଳେ ସ୍ଥାନୀୟ ପ୍ରଶାସନଙ୍କ ଦୁର୍ବଳ ମନଭାବ ଯୋଗୁଁ ସେଲ କମ୍ପାନୀର ଏପରି ପଦକ୍ଷେପ ପାଇଁ ସରକାରଙ୍କ ତରଫରୁ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉନାହିଁ । ବିଦ୍ୟାଳୟ ଖେଳ ପଡିଆରେ ନୂତନ ନିର୍ମାଣ କାର୍ଯ୍ୟ ଯୋଗୁଁ ବିଦ୍ୟାଳୟରେ ପାଠ ପଢ଼ୁଥିବା ଶହ ଶହ ଛାତ୍ରଛାତ୍ରୀଙ୍କ ସମେତ ହଜାର ହଜାର ପୁରାତନ ଛାତ୍ରଛାତ୍ରୀଙ୍କ ମୋନକୁ ଆଘାତ ହୋଇଛି ବୋଲି ସ୍ଥାନୀୟ ଅଞ୍ଚଳରେ ମତ ପ୍ରକାଶ ପାଉଛି । ଏହା ବ୍ୟତୀତ ବଲାଣି ସେଲ କମ୍ପାନୀର ନିଜସ୍ଵ ଏହି ବିଦ୍ୟାଳୟକୁ ଆଗାମୀ ଦିନରେ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଏହା ଏକ ସେଲ କମ୍ପାନୀର ଷଡ଼ଯନ୍ତ୍ର ବୋଲି ଆଲୋଚନା ହେଉଛି । ଏହି ବିଦ୍ୟାଳୟର ଅବ୍ୟବହୃତ ଜମିକୁ ବିଦ୍ୟାଳୟର ଖେଳ ପଡିଆ ଭାବେ ଚିହ୍ନଟ କରାଯାଇ ବର୍ଷ ବର୍ଷ ଧରି ବିଦ୍ୟାଳୟ ନିମନ୍ତେ ବ୍ୟବହାର କରାଯାଇ ଆସୁଛି ବୋଲି ବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷକ ଓ ପୁରାତନ ଛାତ୍ର ମାନେ କହିଛନ୍ତି । ତେବେ ଏହି ଜମିରେ ବର୍ତ୍ତମାନ ନୂତନ କ୍ୱାଟର ନିର୍ମାଣ ହେବା ଫଳରେ ବିଦ୍ୟାଳୟର ସରକାରୀ ମାନ୍ୟତା ରଦ୍ଧ ହେବାର ସମ୍ଭାବନା ରହିଥିବା ବେଳେ ବଲାଣି ସହରର ଏହି ବିଦ୍ୟାଳୟକୁ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରିବାର ଚକ୍ରାନ୍ତ ସମସ୍ତଙ୍କୁ ପ୍ରମାଣିତ କରୁଛି । ସୂଚନା ଅନୁଯାୟୀ ଏହି ବିଦ୍ୟାଳୟରେ ପୁର୍ବରୁ ୮୦ ରୁ ଉର୍ଦ୍ଧ ସ୍ଥାୟୀ ଶିକ୍ଷକ ଓ ଶିକ୍ଷୟତ୍ରୀ ରହିଥିବା ବେଳେ ବର୍ତ୍ତମାନ ସ୍ଥିତିରେ ୨୫୨ ବିଦ୍ୟାର୍ଥୀ ନିମନ୍ତେ ବିଦ୍ୟାଳୟରେ ଜଣେ ମାତ୍ର ସ୍ଥିୟୀ ଶିକ୍ଷକ ରହିଛନ୍ତି । ଏନେଇ ବଲାଣି ଅଞ୍ଚଳର ଜନସାଧାରଣ ବାରମ୍ବାର ସେଲ କମ୍ପାନୀ କତୃପକ୍ଷଙ୍କ ସମେତ ଜିଲ୍ଲା ପ୍ରଶାସନକୁ ଏ ବିଷୟରେ ଅବଗତ କରାଇଥିଲେ ସୁଦ୍ଧା ଜିଲ୍ଲା ପ୍ରଶାସନ ଏବଂ ସେଲ୍ କତୃପକ୍ଷ ଏଥିପ୍ରତି କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି ଅଞ୍ଚଳ ବାସିନ୍ଦା।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ୍

Leave a Reply

Your email address will not be published. Required fields are marked *