Spread the love

କଟକ ଜିଲ୍ଲା ଅନ୍ତର୍ଗତ ଚୌଦ୍ଵାର ମୁଣ୍ଡମାଳ ସ୍ଥିତ ଝୋଟେଶ୍ୱର ନୋଡାଲ ସରକାରୀ ଉଚ୍ଚ ବିଦ୍ୟାଳୟ ଛାତ୍ର ଛାତ୍ରୀ ଙ୍କ ଅତିପ୍ରିୟ ସାହିତ୍ୟ ଓ ଇତିହାସ ଶିକ୍ଷୟତ୍ରୀ ମାନସୀ କର s ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ଝୋଟେଶ୍ୱର ନୋଡାଲ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷକ ସମରେନ୍ଦ୍ର ନାଥ ଦାସ ଙ୍କ ସଭାପତିତ୍ୱ ରେ ଆୟୋଜିତ ଅବସର କାଳୀନ ସମ୍ବର୍ଦ୍ଧନା ସଭା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମକର୍ତ୍ତାଙ୍କ ସମେତ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ଶିକ୍ଷୟତ୍ରୀ ମାନସୀ କର ଙ୍କ କୃତୀ ଶିକ୍ଷୟତ୍ରୀ ଜୀବନର ସ୍ମୃତି ଚାରଣ କରିଥିଲେ। ଏହି ସମ୍ବର୍ଦ୍ଧନା ସମାରୋହରେ ବିଦ୍ୟାଳୟ ର ଶିକ୍ଷୟିତ୍ରୀ ଶ୍ରୀମତୀ ଶୈବାଳିନି ପଣ୍ଡା, ସୋନାଲିକା ନାୟକ, କବିତା ବାରିକ୍ , ସ୍ନେହସ୍ମିତା ମଲ୍ଲିକ, ଦେବପ୍ରିୟା ଦାସ, ତୃତ୍ତିମୟୀ ଜେନା, ସଂଯୁକ୍ତା ଭୋଇ, ସୁମିତ୍ରା ଚୁଲି, ପ୍ରଣତି ପାତ୍ର, ଯଶୋଦା ସାହୁ, ଅଭିରାମ ମଲ୍ଲିକ୍, ଓ ପୂର୍ବତନ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ । ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ,ପୂର୍ବତନ ଛାତ୍ର ଛାତ୍ରୀ ଓ ବର୍ତ୍ତମାନର ଛାତ୍ର ଛାତ୍ରୀ ମାନେ ଅବସର ଶିକ୍ଷୟିତ୍ରୀ ମାନସୀ କର ଙ୍କୁ ପ୍ରଥମେ ଗୁରୁ ବନ୍ଦନା ଓ ପୂଜା କରିବା ସହିତ ଅଙ୍ଗବସ୍ତ୍ର, ପୁଷ୍ପଗୁଚ୍ଛ ଓ ବିଭିନ୍ନ ଉପକରଣ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଆମନ୍ତ୍ରିତ ଅତିଥି ଭାବେ ପୂର୍ବତନ CRCC ପୂର୍ଣ୍ଣ ଚନ୍ଦ୍ର ସେଠୀ, CRCC ଝୋଟେଶ୍ୱର ନୋଡାଲ ସରକାରୀ ହାଇ ସ୍କୁଲ୍ କ୍ଲଷ୍ଟର ଦୀପକ୍ କୁମାର ସାହୁ, ପୂର୍ବତନ କ୍ଲକ୍ ପୂର୍ଣ୍ଣଚନ୍ଦ୍ର କର, ଜ୍ଞାନ ବିଶ୍ଵାଳ, SMC ଅଧ୍ୟକ୍ଷ କିଶୋର କୁମାର ମଲ୍ଲିକ, ଆଲୁମିନି ସଭାପତି ପବିତ୍ର କୁମାର ମହାନ୍ତି ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ପୂର୍ବତନ ଶିକ୍ଷୟିତ୍ରୀ ପ୍ରିୟମ୍ବଦା ପଣ୍ଡା ଯୋଗ ଦେଇ ଶ୍ରୀମତୀ ମାନସୀ କର ଏହି ବିଦ୍ୟାଳୟ ପ୍ରତିଷ୍ଠାରେ କିପରି ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଏବଂ ତାଙ୍କର ବହୁମୁଖୀ ପ୍ରତିଭାକୁ ପ୍ରଶଂସା କରିଥିଲେ। ଶେଷରେ ସଭାପତି ପ୍ରଧାନ ଶିକ୍ଷକ ସମରେନ୍ଦ୍ର ନାଥ ଦାସ ଧନ୍ୟବାଦ୍ ପ୍ରଦାନ କରିଥିଲେ।

ଚୌଦ୍ଵାର ରୁ ପବିତ୍ର କୁମାର ମହାନ୍ତି ଙ୍କ ରିପୋର୍ଟ୍ ଜାଗ୍ରତ ଭାରତ ନ୍ୟୁଜ୍।

Leave a Reply

Your email address will not be published. Required fields are marked *