ଅସ୍ତ୍ରୋପଚାର ପାଇଁ ୫ ହାଜର ଟଙ୍କା ଲାଞ୍ଚ
ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଭିନ୍ନ ଅବ୍ୟବସ୍ଥା ଲାଗିରହିଥିବା ବେଳେ ପୁଣି ଏକ ସାଂଘାତିକ ଅଭିଯୋଗ ଆସିଛି। ଜଣେ ଗର୍ଭବତୀ ମହିଳାଙ୍କ ସ୍ବାମୀଙ୍କ ଠାରୁ ୱାର୍ଡରେ ଥିବା ଜଣେ ମହିଳା ଟଙ୍କା ନେଇଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ସିଡିଏମ୍ଓ ଙ୍କୁ ଲିଖିତ ଅଭିଯୋଗ ହୋଇଥିବା କରିଛନ୍ତି । ସୂଚନା ଯେ, ଅନୁଗୋଳ ଜିଲ୍ଲା ସମଲ ଥାନା ଟିପୋ ଗାଁର ନାରାୟଣ ମହାପାତ୍ରଙ୍କ
ପତ୍ନୀ ମାଳତା ମହାପାତ୍ର ଗର୍ଭ ଯନ୍ତ୍ରଣା ପାଇବାରୁ ତାଙ୍କୁ ଗତ ୨୧ ତାରିଖରେ ତାଳଚେର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରବର୍ତ୍ତୀ ସମୟରେ ସେଠାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମାଳତାଙ୍କୁ ଭର୍ତ୍ତି କରାଯାଇଥିବାବେଳେ ତାଙ୍କର ଉକ୍ତ ଚାପ ଅଧିକ ଥିବା ଦର୍ଶାଇ କଟକ ନେଇଯିବାକୁ ପରାମର୍ଶ ଦିଆଯାଇଥିଲା। ନାରାୟଣ ଜଣେ ଗରିବ ଲୋକ ହୋଇଥିବାରୁ ପତ୍ନୀଙ୍କୁ କଟକ ନେଇପାରିବେ ନାହିଁ ବୋଲି କହିଥିଲେ। ଏଠାରେ ତାଙ୍କ ପତ୍ନୀକାର ଅସ୍ତ୍ରୋପଚାର କରାଯିବାକୁ ନାରାୟଣ ଅନୁରୋଧ କରିଥିଲେ । ଚିକିତ୍ସାଳୟ ର ୱାର୍ଡରେ ଥିବା ଜଣେ ମହିଳା ତାଙ୍କ ପତ୍ନୀଙ୍କର ସୁରକ୍ଷିତ ଅସ୍ତ୍ରୋପଚାର ପାଇଁ ୫ ହଜାର ଟଙ୍କା ଖର୍ଚ ହେବ ବୋଲି କହିଥିଲେ। ନାରାୟଣଙ୍କ ପାଖରେ ମୋଟ ସେତିକି ଟଙ୍କା ରହିଛି ବୋଲି ସେ କହିବା ପରେ ମଧ୍ୟ ମହିଳା
ଜଣକ କିଛି ଶୁଣିନଥିଲେ ଓ ତାଙ୍କଠାରୁ ୫ ହଜାର ଟଙ୍କା ନେଇଥିଲେ। ଟଙ୍କା ନେବାପରେ ତାଙ୍କ ପତ୍ନୀଙ୍କର ଅସ୍ତ୍ରୋପଚାର କରାଯାଇଥିଲା ଓ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଛି ବୋଲି
ନାରାୟଣ କହିଛନ୍ତି। ଏହାପରେ ନାରାୟଣ ପତ୍ନୀ ଓ ପୁଅଙ୍କୁ ଧରି ଘରକୁ ଫେରିବାକୁ ତାଙ୍କ ପାଖରେ ଟଙ୍କାଟିଏ ମଧ୍ୟ ନଥିଲା। ଏଥିଯୋଗୁଁ ସେ ଚିନ୍ତାରେ ପଡ଼ିଥିଲେ । ସ୍ଵେଚ୍ଛାସେବୀ କିନ୍ନର ଚିନ୍ମୟୀ ଦାସ ଏହି ଘଟଣାରେ ହସ୍ତକ୍ଷେପ କରିବା ପରେ ନାରାୟଣ ପତ୍ନୀ, ପୁଅଙ୍କୁ ଧରି ଘରକୁ ଫେରିବାକୁ ସିଡିଏମ୍ଓ ଗାଡ଼ି ବ୍ୟବସ୍ଥା କରିଥିଲେ। ଏହି ଘଟଣା ସମ୍ପର୍କରେ ନାରାୟଣ ସିଡିଏମ୍ଓଙ୍କୁ ଲିଖିତ ଅଭିଯୋଗ କରିଥିବା ଜଣା ପଡିଛି। ଏ ଘଟଣା ବିଷୟରେ ଚିକିତ୍ସାଳୟ କର୍ତ୍ତୃପକ୍ଷ ଙ୍କୁ ଯୋଗାଯୋଗ କରିବାରୁ ଯୋଗାଯୋଗ ହୋଇ ପାରିଲା ନାହିଁ। ଯାହା ଫଳରେ ପ୍ରକୃତ ଘଟଣା ବିଷୟ ଟି ଜଣା ପଡିଲା ନାହିଁ। ଏବେ ଦେଖିବାକୁ ବାକି ରହିଲା ଯେ, ଚିକିତ୍ସାଳୟ କର୍ତ୍ତୃପକ୍ଷ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି।



