( ଅନନ୍ତ ସଂସ୍କୃତ ମହାବିଦ୍ୟାଳୟ ର 41ତମ ବାର୍ଷିକ ଉଛବ ଅନୁଷ୍ଠିତ )ଜଗତସିଂହପୁର ତା =30/12/24ଜଗତସିଂହପୁର ଜ଼ିଲ୍ଲା ର ସର୍ବପୁରାତନ କ୍ଷ୍ୟାତି ସମ୍ପର୍ଣ୍ଣ ଅନନ୍ତ ସଂସ୍କୃତ ମହାବିଦ୍ୟାଳୟ ର 41ତମ ବାର୍ଷିକ ଉଛବ ମହାବିଦ୍ୟାଳୟ ପରିସରରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି | ମହାବିଦ୍ୟାଳୟ ର ଅଧକ୍ଷ୍ୟ ଡକ୍ଟର ଅଶୋକ କୁମାର ପଣ୍ଡା ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥିଭାବେ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ ପ୍ରଦୀପ ପ୍ରଜ୍ବଳନ କରି ବାର୍ଷିକ ଉଛବ କୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ | ଶକ୍ତି ପ୍ରସାଦ ମିଶ୍ର ବେଦ ପାଠ କରିଥିଲେ | ମୁଖ୍ୟ ବକ୍ତା ଭାବେ ଜଗତସିଂହପୁର ସାରସ୍ୱତ ପରିଷଦ ସଭାପତି ବିଶିଷ୍ଟ ସ୍ତମ୍ଭକାର ହିମାଶୁ ଶେଖର ଆଚାର୍ଯ୍ୟ |ସଂମ୍ମାନିତ ଅତିଥିଭାବେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଅବସରପ୍ରାପ୍ତ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ମିଶ୍ର ଓ ମହେନ୍ଦ୍ର କୁମାର ଆଚାର୍ଯ୍ୟ | BDO ଆଶୁତୋଷ ମିଶ୍ର | ସ୍ୱାମୀ ବିବେକାନନ୍ଦ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଅଧକ୍ଷ୍ୟ ଡକ୍ଟର ବିଜୟ କୁମାର ବିଶ୍ୱାଳ |ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ଡକ୍ଟର ସୁରେନ୍ଦ୍ର ନାଥ ତ୍ରିପାଠୀ ପ୍ରମୁଖ ଯୋଗଦେଇଥିଲେ | ବାର୍ଷିକ ଉଛବ ଉପଲକ୍ଷେ ବିଭିନ୍ନ ବ୍ୟକ୍ତିବିଶେଷ, ଛାତ୍ର ଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ସମ୍ବନ୍ଧିତ କରିଥିଲେ | ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏଥିରେ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ, ଅଭିଭାବକ, ସ୍ଥାନୀୟ ଜନସାଧାରଣ ଯୋଗଦେଇଥିଲେ |ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ



