Spread the love

ଶ୍ରୀ ଗୁଣ୍ଡିଚା କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ:ଅନ୍ତରାଡୀ ବିଜୟୀ

ଅମ୍ବାଭୋନା ୩୧/୧୨/୨୪ ବରଗଡ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚି଼ଚୋଲି-ପ୍ରକାଶପୁରସ୍ଥିତ ଶ୍ରୀ ଗୁଣ୍ଡିଚା ଖେଳ ପଡିଆ ରେ ଏସ ଜି ସି ସି ଆନୁକୂଲ୍ୟରେ ୧୧ଦିନ ଧରି ଚାଲିଥିବା ୨୮ ତମ ଶ୍ରୀ ଗୁଣ୍ଡିଚା କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟ ଡ଼ିସେମ୍ବର ୨୧ ତାରିଖ ରୁ ଆରମ୍ଭ ହୋଇ ଡ଼ିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ଫାଇନାଲ ମ୍ଯାଚ ରେ ଏସ ଜି ସି ସି ଚିଚୋଲି ଓ ଅନ୍ତରାଡ଼ି ଦଳ ମଧ୍ୟରେ ୧୨ ଓଭର ର ଖେଳ ହୋଇଥିଲା। ଅନ୍ତରାଡ଼ି ଟିମ ଟସ ଜିଣି ପ୍ରଥମେ ବ୍ୟାଟିଂ କରି ଏସ ଜି ସି ସି ଚିଚୋଲି ଦଳକୁ ୧୦୦ ରନ ର ଟାର୍ଗେଟ ଦେଇଥିଲେ। ମାତ୍ର ଏସ ଜି ସି ସି ୧୨ ଓଭରରେ ୮୪ ରନ କରି ଅନ୍ତରାଡି ଦଳଠାରୁ ପରାସ୍ତ ହୋଇଥିଲେ। ବିଟୁ ସା ଓ ଅମୃତ ଭୋଇ ସ୍କୋର ଦାୟିତ୍ୱ ରେ ଥିବା ବେଳେ ହିମାଂଶୁ ରାବତ ଓ ସୀତାରାମ ସାହୁ ହିନ୍ଦୀ ରେ ଏବଂ ଗଣନାଥ ପଧାନ ଓଡିଆ ରେ ଧାରା ବିବରଣୀ ଦେଇଥିଲେ। ଅମ୍ପେୟାର ଭାବରେ ବିମଲ ତାଣ୍ଡି ଓ କିଶୋର ସାହୁ ଦାୟିତ୍ୱ ତୁଲାଇଥିଲେ । ମ୍ୟାନ ଅଫ ଦ ସିରିଜ ଏସ ଜି ସି ସି ର ଆଶିଷ ପାଣ୍ଡେ, ବେଷ୍ଟ ବ୍ୟାଟ୍ସ ମ୍ୟାନ ଅନ୍ତରାଡ଼ି ର ଭୈରବ, ବେଷ୍ଟ ବୋଲର ଏସ ଜି ସି ସି ର ସୁନୀଲ, ବେଷ୍ଟ ବି୍କେଟ କିପର ଜୟଲାଲ ଓ ବେଷ୍ଟ ଫିଲଡର ଭାବେ ଅନ୍ତରାଡ଼ି ର ରାମକୁମାର ଙ୍କୁ ପୁରସ୍କାର ଦିଆଯାଇଥିଲା। ଅନ୍ତରାଡ଼ି ଟିମ ବିଜୟୀ ହୋଇଥିବାରୁ ତାଙ୍କୁ ୨୦, ୦୦୦/-( କୋଡ଼ିଏ ହଜାର ) ଟଙ୍କା ସହିତ ଟ୍ରଫି ପ୍ରଦାନ କରାଯାଇଥିଲା ଓ ରନର ଟିମ ଏସ ଜି ସି ସି କୁ ୧୫, ୦୦୦/-( ପନ୍ଦର ହଜାର )ସହିତ ଟ୍ରଫି ଭଟଲି ବିଧାୟକ ଇରାସିସ ଆଚାର୍ଯ୍ୟ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଇରାସିସ ଆଚାର୍ଯ୍ୟ ଙ୍କ ସହିତ ସାଂସଦ ପ୍ରତିନିଧି ଗୁନାରୁ ପଧାନ,ଭୁକ୍ତା ମଣ୍ଡଳ ର ବିଜେପି ସଭାପତି ଶ୍ରୀ କାର୍ତ୍ତିକ ଦେହେରୀ, ଶକ୍ରାଜିତ ସାହୁ, ପ୍ରହଲ୍ଲାଦ ଖମାରୀ, ଶଙ୍କରୁ ସାହୁ,ଜୟନ୍ତ ପଧାନ, ପିତାମ୍ବର ବେହେରା, ରମେଶ ନାୟକ, କାମଦେବ ପଧାନ, ଡୋଲାମଣୀ ସା, ଜୋସେଥ ଚୌଧୁରୀ, ପ୍ରଶାନ୍ତ ପଧାନ, ଦେବାର୍ଚନ ମଲ୍ଲିକ ଓ କମଲ ତାଣ୍ଡି ମଞ୍ଚାସିନ ରହି ଖେଲାଲିମାନଙ୍କୁ ଉତ୍ସାହିତ କରିଥିଲେ । ସୁଶୀଲ ସାହୁ, ରିଙ୍କୁ ସାହୁ, ଅଜୟ ତାଣ୍ଡି, ସୌଦାଗର, ଜ୍ୟୋତିଷ ଚନ୍ଦ୍ର ଙ୍କ ସମେତ ସମସ୍ତ ଖେଳାଳି ଏହି ଟୁର୍ଣ୍ଣାମେଣ୍ଟରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *