Spread the love

( ଉଜୁଡା ଧାନ ର କ୍ଷୟକ୍ଷତି ସହି ନପାରି ଚାଷୀ କୃତିବାସ ର ଆତ୍ମହତ୍ୟା | ପ୍ରତିବାଦ ରେ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ରାସ୍ତାରୋକ )
ଜଗତସିଂହପୁର
ତା=31/12/24
ଅଦିନିଆ ଲଘୁଚାପ ବର୍ଷା ଯୋଗୁଁ ସମଗ୍ର ରାଜ୍ୟ ରେ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଯାଇଛି | ହଜାର ହଜାର ହେକ୍ଟର ରେ ଧାନ ସମ୍ପୂର୍ଣ ଗଜା ହୋଇଯାଇଛି | ବ୍ୟାପକ ଧାନ କ୍ଷୟ କ୍ଷତି କୁ ନେଇ ଚାଷୀ ର ମେରୁଦଣ୍ଡ ସମ୍ପୂର୍ଣ ଭାଙ୍ଗିଯାଇଛି | ସରକାର ଙ୍କ ପକ୍ଷରୁ କ୍ଷୟକ୍ଷତି ଆକଳନ କରାଯାଇନାହିଁ କି ଚାଷୀ କୁ କ୍ଷତିପୂରଣ ମିଳିନାହିଁ | ସେହି ଚିନ୍ତାରେ ବାଲିକୁଦା ବ୍ଲକ ତଣ୍ଡିକୁଳ ପଞ୍ଚାୟତ ସାରଣା ଗ୍ରାମର ଉତ୍ତମ ସ୍ୱାଇଁ ଙ୍କ ପୁତ୍ର କୃତିବାସ ସ୍ୱାଇଁ ଚାରି ଏକର ଜମି ରେ ବ୍ୟାଙ୍କ ଋଣ କରି ଧାନ ଚାଷ କରିଥିଲେ | ଲଘୁଚାପ ବର୍ଷରେ ଧାନ ସମ୍ପୂର୍ଣ ନଷ୍ଟ ହୋଇଯାଇଛି |ଧାନ ବିଲରେ କ୍ଷୟ କ୍ଷତି ଦେଖି ନିଜର ଭାରସାମ୍ୟ ହରାଇ କୃତିବାସ ଆତ୍ମହତ୍ୟା କରିଛି | ମୃତ୍ କୃଷିବାସ ର ଘରେ ରୋଗୀଣା ବାପ,ମା ରୋଗଶଯ୍ୟାରେ ପୀଡିତ | ଦୁଇଟି ନାବାଳକା ଝିଅ | କୃତିବାସ ପରିବାର କୁ ନେଇ ଚିନ୍ତାରେ ପରିବାର ଓ ଗ୍ରାମବାସୀ ଥିବାବେଳେ କୃତିବାସ ର ମର ଶରୀର ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଶବ ବ୍ୟବଛେଦ ପାଇଁ ଆସିଥିଲା ହେଲେ ଶତାଧିକ ନବ ନିର୍ମାଣ କୃଷକ ସଂଗଠନ ସଦସ୍ୟ ସଂଯୋଜକ ଶେଷଦେବ ନନ୍ଦ, ଦେବୀ ପ୍ରସାଦ ମହାରଣା, ରଶ୍ମି ରଞ୍ଜନ ସ୍ୱାଇଁ ପ୍ରମୁଖ ଙ୍କ ନେତୃତ୍ୱ ରେ କୃତିବାସ ପରିବାରକୁ ଦଶ ଲକ୍ଷ୍ୟ ଟଙ୍କା କ୍ଷତି ପୂରଣ | ବିଧବା ପତ୍ନୀ କୁ ନିଯୁକ୍ତି |ରିଲିଫ କୋର୍ଡ ସଂଶୋଧନ ଆଦି ଦାବିକରି କଟକ ମାଛଗା ରାସ୍ତା ଅବରୋଧ କରିଥିଲେ |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *