ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସପ୍ତଶଯ୍ୟାର ପିଣ୍ଡି ର ଦାୟିତ୍ଵ ପଂଚାୟତ ସ୍ତରୀୟ ମହାସଂଘ କୁ ଦିଆଯାଇଛି। ଏହାର ପରିଛନ୍ନତା ଓ ସୁନ୍ଦରତା ପାଇଁ ସଂଘ ପକ୍ଷ ରୁ କୁହାଯାଇଛି। ପିଣ୍ଡି ଉପରେ ଭୋଜି କଲେ ୨୦୦ଟଙ୍କା ଓ ତଳେ କଲେ ୧୦୦ ଟଙ୍କା ଧାର୍ଯ୍ୟ କରା ଯାଇଛି ବୋଲି କହିଛନ୍ତି ସଭାନେତ୍ରୀ ସଂଯୁକ୍ତା ବିଶ୍ଵାଳ ଓ ସମ୍ପାଦିକା ସରୋଜିନୀ ପୃଷ୍ଟି। ଏଠାରେ ପାଣି, ବିଦ୍ୟୁତ ଓ ମୋବାଇଲ ନେଟ୍ୱାର୍କ ସୁବିଧା କରିବା ପାଇଁ ବୋଲି କହିଛନ୍ତି।



