ପଲିଷ୍ଟର ଜମିହରା ବହିଷ୍କୃତ କର୍ମଚାରୀ ସଂଘ ପକ୍ଷରୁ ପୁନଃ ନିଯୁକ୍ତି ଦାବୀ
ଢେଙ୍କାନାଳ-୩୦/୧: ଢେଙ୍କାନାଳ ବଉଳପୁରସ୍ଥିତ ପଲିଷ୍ଟର ଜମିହରା କର୍ମଚାରୀ ସଂଘ ପକ୍ଷରୁ ପୁନଃ ନିଯୁକ୍ତି/ ଉତରାଧିକାରୀଙ୍କ ନିଯୁକ୍ତି ସଂକ୍ରାନ୍ତରେ ଅଦ୍ୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ହୋଇ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଲଳିତ ମୋହନ ବେହେରାଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ପ୍ରକାଶ ଯେ, ବହୁବାର ଜମିହରା ବହିଷ୍କୃତ କର୍ମଚାରୀ ସଂଘ ପକ୍ଷରୁ ଦାବୀ, ଆପତି, ଅଭିଯୋଗ ସମାଧାନ ପାଇଁ ନିବେଦନ କରିଆସିଛନ୍ତି । ୨୦୧୯ ଠାରୁ ୨୦୨୧ କରୋନା ମହାମାରୀ ଯୋଗୁଁ ୩ ବର୍ଷ ପର୍ଯ୍ୟନ୍ତ ପ୍ରଶାସନିକ କିମ୍ବା କମ୍ପାନୀ ସହିତ କୌଣସି ଯୋଗାଯୋଗରେ ରହିପାରି ନଥିଲେ । ଗତ ୧୩,୦୭.୨୦୦୯ ତାରିଖରେ ଚୁକ୍ତି ମୁତାବକ କମ୍ପାନୀ ପୁନଃ କାର୍ଯ୍ୟକ୍ଷମ ନିଯୁକ୍ତିକୁ ଅଗ୍ରାଧିକାର ଦେବା ପାଇଁ ଜଣାଇଛନ୍ତି । ତା.୧୯.୦୨.୨୦୧୬ ରିଖରେ ଅତିରିକ୍ତ ଶ୍ରମ ଆୟୁକ୍ତ, କଟର-୨, ଢେଙ୍କାନାଳକୁ ପ୍ରଦତ ବହିଷ୍କୃତ ଜମିହରା କର୍ମଚାରୀଙ୍କ ତାଲିକା ଅନୁଶରଣ ଓ ଅନୁଧ୍ୟାନ କରିବା ସହ ଯେଉଁ ଅବସର କର୍ମଚାରୀଙ୍କ ବୟସ ଅତିକ୍ରାନ୍ତ ହୋଇଯାଇଛି ତାଙ୍କର ଉତ୍ତରାଧିକାରୀ ମାନଙ୍କୁ ଯୋଗ୍ୟତା ଅନୁସାରେ କଂପାନୀରେ ସ୍ଥାୟୀ ନିଯୁକ୍ତି ଦେବା ପାଇଁ ଅନୁରୋଧ କରିଛନ୍ତି । କମ୍ପାନୀରେ ଠିକାଦାରୀ, ସାମଗ୍ରୀ ଯୋଗାଣ ଓ ଶ୍ରମିକ ଯୋଗାଣ ନିମନ୍ତେ ପ୍ରାଥମିକ ସୁଯୋଗ ପ୍ରଦାନ ଏବଂ ଢେଙ୍କାନାଳ ଜିଲ୍ଲା କାର୍ଯ୍ୟାଳୟର ଠାରେ ଗତ ୧୯.୧୧.୨୦୧୬ ତାରିଖରେ ରିଲାଏନ୍ସ ରାଜ୍ୟ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ବୈଠକରେ ହୋଇଥିବା ନିଷ୍ପତିକୁ କାର୍ଯ୍ୟକାରୀ କରାଯିବା ପାଇଁ ଦାବୀ ପତ୍ରରେ ପ୍ରଦାନ କରିଛନ୍ତି । ଉକ୍ତ ଦାବୀଗୁଡିକୁ ସମାଧାନ କରିବା ପାଇଁ ପରିଷ୍ଟର ଜମିହରା ବହିଷ୍କୃତ କର୍ମଚାରୀ ସଂଘ ସଭାପତି ସୁନିଲ୍ କୁମାର ପାତ୍ର ଜଣାଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ସଂପାଦକ ବିଷ୍ଣୁ ପ୍ରସାଦ ରଥ, ସଂଳୟ ଦାସ, ଶ୍ରୀନିବାସ ବେହେରା, ଉପେନ୍ଦ୍ର ତ୍ରିପାଠୀ, ମାନସ ନାୟକ, ପ୍ରଭାସ ମିଶ୍ର, ସୁଶାନ୍ତ ପାତ୍ର ଓ ନିର୍ମଳ ଜେନା ପ୍ରମୁଖ ଉପସ୍ଥିତ ରହି ଏହି ଦାବୀପତ୍ର ପ୍ରଦାନ କରିଛନ୍ତି ।



