୧୧୫ତମ ଅଷ୍ଟପ୍ରହର ନାମଯଜ୍ଞ
ଢେଙ୍କାନାଳ-୩୦/୧: ଢେଙ୍କାନାଳ ସହର ଗୋପବନ୍ଧୁ ବଜାର ଡଙ୍କୁଣିଆଁ ସାହିରେ ୧୧୫ତମ ଅଷ୍ଟପ୍ରହର ନାମଯଜ୍ଞ ପାଳିତ ହୋଇଯାଇଛି । ୨୯ ତାରିଖ ବୁଧବାର ଦିନ ଅବାସ ପୂଜା ଅବସରରେ ଜଳସ ସ୍ଥାପନ ଓ ଅଖଣ୍ଡଦୀପ ସ୍ଥାପନ ହୋଇଥିଲା । ଅତ୍ୟ ଗୁରୁବାର ଦିନ ଓ ଅହୋରାତ୍ର ନାମଯଜ୍ଞ ଅନୁଷ୍ଠିତ ହେବ ସହିତ ସନ୍ଧ୍ୟାରେ ଆଳତୀ ଓ ଭୋଗ ଲାଗି କରାଯାଇଥିଲା । ୩୧ ଶୁକ୍ରବାର ନଗରକୀର୍ତ୍ତନ ଓ ପ୍ରସାଦସେବନ ଅନୁଷ୍ଠିତ ହେବ । ପୂଜକ ହେମନ୍ତ ମଲ୍ଲିକ ସମସ୍ତ ପୂଜା ସୁଚାରୁ ରୂପେ ପାଳନ କରିଥିଲେ । ସଭାପତି ସରୋଜ କୁମାର ମଲ୍ଲିକ, ସଂପାଦକ ସଂଗ୍ରାମ ମଲ୍ଲିକ ଓ କୋଷାଧକ୍ଷ ଅନନ୍ତ ମଲ୍ଲିକଙ୍କ ସମେତ ସାହିବାସୀନ୍ଦାମାନେ ଉପସ୍ଥିତ ରହି ଏହି ନାମଯଜ୍ଞକୁ ସୁପରିଚାଳନା କରିଥିଲେ |



