Spread the love

ଭୂବନେଶ୍ବର:ବାଲି ଖାଦାନ ପରିଚାଳନା ନେଇ ଆସିଲା ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡ୍ୟୁର ବା ଏସଓପି । ଏହି ଏସଓପି ଜାରି କରିଛି ଲଘୁ ଖଣିଜ ନିର୍ଦ୍ଦେଶାଳୟ। ବାଲି ଓ ଖଣି ମାଫିଆମାନେ ରାଜ୍ୟ ଭିତରୁ ବେଆଇନ୍‌ ଭାବେ ବାଲି ଓ ଖଣିଜ ସାମଗ୍ରୀ ଚାଲାଣ କରି ଲକ୍ଷଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ଆଗାମୀ ଦିନରେ ଏହାକୁ ରୋକିବା ପାଇଁ ରାଜ୍ୟ ସରକାର ହାତକୁ ପଦକ୍ଷେପ ନେଇଛନ୍ତି।

ଏସ୍‌ଓପି ଅନୁଯାୟୀ, ବାଲି ପରିଚାଳନା ପାଇଁ ପ୍ରତି ଜିଲ୍ଲାରେ କମିଟି ଗଠନ ହେବ ଓ ଏହି କମିଟିରେ ଜିଲ୍ଲାପାଳ ଅଧ୍ୟକ୍ଷତା କରିବେ। କେଉଁ ଖାଦାନରୁ ବାଲି ଉତ୍ତୋଳନ ହେବ, ତାହା ଚୟନ କରିବ ଏହି କମିଟି। ଏଥିରେ ସଦସ୍ୟ ଭାବେ ଉପଜିଲ୍ଲାପାଳ, ଏସପି, ଜିଲ୍ଲା ବନଖଣ୍ଡ ଅଧିକାରୀ (ଡିଏଫଓ), ଜିଲ୍ଲା ଉନ୍ନୟନ ଅଧିକାରୀ, ରାଜସ୍ବ ବିଭାଗ ଏଡିଏମ୍, ଜିଲ୍ଲା ଖଣି ଅଧିକାରୀ ରହିବେ। ୨ ଜଣ ବିଡିଓ ଏବଂ ୨ ଜଣ ତହସିଲଦାର ମଧ୍ୟ ସଦସ୍ୟ ରହିବେ, ଯେଉଁମାନଙ୍କୁ ଜିଲ୍ଲାପାଳ ମନୋନୀତ କରିବେ। ଏହି କମିଟିର ଆବାହକ ରହିବେ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ।

Leave a Reply

Your email address will not be published. Required fields are marked *