Spread the love

ବିଶ୍ରା: ଓଡ଼ିଶା ସୀମାନ୍ତ ଝାଡ଼ଖଣ୍ଡ ସରଣ୍ଡା ଜଙ୍ଗଲରେ ନକ୍ସଲଙ୍କ ପୁଣି ଥରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ । ସୁରକ୍ଷା ବାହିନୀକୁ କଲେ ଟାର୍ଗେଟ୍‌ । ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ସିଆର୍‌ପିଏଫ୍‌ର ଜଣେ ସବ୍ଇନ୍‌ସ୍ପେକ୍ଟର ସୁନୀଲ କୁମାର ମଣ୍ଡଳ ସହିଦ ହୋଇଛନ୍ତି ।ଏଥିସହ ଯବାନ ପାର୍ଥ ପ୍ରତୀମ ଦେ’ ଗୁରୁତର ହୋଇଛନ୍ତି।

ଖବରମୁତାବକ, ଗତ ଶନିବାର ଦିନ ସରଣ୍ଡା ଜଙ୍ଗଲର ମାରାଙ୍ଗପୋଙ୍ଗାଠାରେ ନକ୍ସଲ ବିରୋଧୀ ଅଭିଯାନ ଚାଲିଥିବା ବେଳେ ହଠାତ ଶକ୍ତିଶାଳୀ ବିସ୍ଫୋରଣ ହୋଇଥିଲା।

ଏଥିରେ ସିଆର୍‌ପିଏଫ୍‌ ୧୯୭ ବାଟାଲିୟନ୍‌ର ଦୁଇଜଣ ଗୁରୁତର ହୋଇଥିଲେ। ଉଭୟଙ୍କୁ ଛୋଟାନାଗରା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ଅଧିକ ଚିକିତ୍ସା ପାଇଁ ହେଲିକପ୍ଟର ଯୋଗେ ରାଞ୍ଚି ନିଆଯାଇଥିଲା। କିନ୍ତୁ ରାଞ୍ଚିରେ ଚିକିତ୍ସାଧୀନ ଅବସ୍ଥାରେ ସୁନୀଲ ମଣ୍ଡଳଙ୍କ ମୃତ୍ୟୁ ହୋଇଛି ।ସୂଚନାଥାଉକି,ଗତ ୧୮ତାରିଖ ଦିନ ଜରାଇକେଲାର ରାଧା ପାହାଡରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ ଯୋଗୁଁ ଜଣେ ସିଆର୍‌ପିଏଫ୍‌ 134 ବାଟାଲିୟନର ସବ୍ଇନ୍‌ସ୍ପେକ୍ଟର ସୁବୋଧ କୁମାର ଗୁରୁତର ହୋଇଥିଲେ ।

Leave a Reply

Your email address will not be published. Required fields are marked *