Spread the love

ଗଞ୍ଜାମ: ଘରୋଇ କଳିରୁ ଘରେ ବିସ୍ଫୋରଣ କଲା ସ୍ୱାମୀ। ହେଲେ ବର୍ତ୍ତିଗଲେ ପୁରା ପରିବାର। ସ୍ବାମୀର ବୋମା ମାଡ଼ରେ ୩ ଘର ଛିନଛତ୍ର ହୋଇଯାଇଛି। ଗଞ୍ଜାମ ଜିଲ୍ଲା କୁଶପଡ଼ା ଗାଁରେ ଏପରି ବୋମାମାଡ଼ ହୋଇଛି।

ସୂଚନା ଅନୁସାରେ ଉକ୍ତ ଗାଁରେ ଏକ ଭଡ଼ା ଘରେ ରହୁଥିଲେ ଦୁଇ ଜଣ ସ୍ୱାମୀ-ସ୍ତ୍ରୀ। ହେଲେ କିଛି ଦିନ ହେବ ଦୁହିଁଙ୍କ ଭିତରେ ଝଗଡ଼ା ଲାଗି ରହୁଥିଲା।ଆଜି ସେହି ଘର କଳି ଘର ଜାଳି ଦେଇଛି।

ସ୍ତ୍ରୀ ଗୀତା ଦୋରା ରହୁଥିବା ଘର ଉପରକୁ ବୋମା ଫିଙ୍ଗିଲା ସ୍ବାମୀ ସୁରେନ୍ଦ୍ର ଦୋରା। ଗାଁରେ ଦଣ୍ଡନାଚ ଦେଖିବାକୁ ସମସ୍ତେ ଯାଇଥିବା ବେଳେ ଏହି ବୋମା ମାଡ଼ ହୋଇଛି। ଫଳରେ କେହି ମୃତାହତ ହୋଇ ନାହାଁନ୍ତି।କିନ୍ତୁ ବୋମା ମାଡ଼ରେ ୩ଟି ଘର ଭାଙ୍ଗି ଯାଇଛି । ଆସବାବପତ୍ର ନିଷ୍ଟ ହୋଇ ଯାଇଛି। ଅଭିଯୁକ୍ତ ସ୍ବାମୀ ସୁରେନ୍ଦ୍ର ଦୋରାକୁ ଅଟକ ରଖି ପୋଲିସ ପଚରାଉଚରା କରୁଛି। ଖବର ମୁତାବକ, ସୁରେନ୍ଦ୍ରର ଘର ବଲାଙ୍ଗିର ଜିଲ୍ଲାର ଗୌଡ଼ପାଲୀ ଗାଁରେ। ତାକୁ ଗଂଜାମ ଜିଲ୍ଲା କୁଶପଡ଼ା ଗାଁର ଗୀତା ଦୋରା ୯ ବର୍ଷ ତଳେ ବିବାହ କରିଥିଲେ। ଦାମ୍ପତ୍ୟ ଜୀବନରେ ଅଶାନ୍ତି ଯୋଗୁଁ ଗୀତା ପ୍ରାୟ ୭ ବର୍ଷ ତଳେ ତାଙ୍କ ଗାଁ କୁଶପଡ଼ାକୁ ଚାଲି ଆସିଥିଲେ। ଏଠାରେ ଗତ କିଛି ଦିନ ହେବ ଉଭୟଙ୍କ ମଧ୍ୟରେ ଝଗଡ଼ା ହେଉଥିଲା। ଆଜି ଗୀତା ବାହାରକୁ ଯାଇଥିବା ବେଳେ ସୁରେନ୍ଦ୍ର ବୋମା ଫିଙ୍ଗିଥିଲା। ଏଥିରେ ୩ ବଖରା ଘର ସଂପୂର୍ଣ୍ଣ ଭାଙ୍ଗି ଯାଇଛି। ପୋଲିସ ତାକୁ ଅଟକ ରଖି ଘଟଣାର ତଦନ୍ତ କରୁଛି ।

Leave a Reply

Your email address will not be published. Required fields are marked *