Spread the love

କଣ୍ଟ୍ରୋଲ ଡିଲର ଉଛେଦ ନେଇ ତାତିଲେ ଗ୍ରାମବାସୀ ଓ ହିତାଧିକାରୀ

ହିନ୍ଦୋଳ :ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ଦଣ୍ଡିରୀ ଗ୍ରାମ ପଞ୍ଚାୟତ ର ଲହଡା, ଖୁଲୁଆ ଓ ଘୋଡାଡିଆଁ ସାହିର ସମସ୍ତ ଗ୍ରାମବାସୀ ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠିର ଶତାଧିକ ସଦସ୍ୟା ଏକାଠି ମିଳିତ ହୋଇ ଲହଡା ବିଦ୍ୟାଳୟ ପରିସର ଠାରେ ଏକ ବୈଠକ କଣ୍ଟ୍ରୋଲ ଡିଲର ଉଛେଦ କୁ ବିରୋଧ କରି ହୋଇଯାଇଛି। ସେମାନଙ୍କର କହିବାକଥା ହେଲାକି, ଆମେ ବିଗତ 2005ମସିହା ଠାରୁ ଆମ୍ଭ ଗ୍ରାମର ଶକ୍ତି ମା ତାରିଣୀ ସ୍ୱୟଂ ସହାୟକ ଗୋଷ୍ଠୀ (code -no -0904w062)ଦ୍ୱାରା ସମସ୍ତ ରାସନ ସାମଗ୍ରୀ ସଠିକ ଓ ସୁବିଧା ରେ ପାଇଆସୁଅଛୁ ଏବଂ ସେହି ସଂଘ ର ପରିଚାଳିକା ମାନେ ଆମ ହିତାଧିକାରୀ ମାନଙ୍କୁ ଉତ୍ତମ ବ୍ୟବହାର ଦେଖାଇବା ସହିତ ସଠିକ ସମୟରେ ଠିକ ଓଜନରେ କଣ୍ଟ୍ରୋଲ ସାମଗ୍ରୀ ବଣ୍ଟନ କରିଆସୁଛନ୍ତି କିନ୍ତୁ ବଡ଼ ଦୁର୍ଭାଗ୍ୟ ର ବିଷୟ ଆମ୍ଭେ ମାନେ ଜାଣିବାକୁ ପାଇଲୁକି ଆମ୍ଭ ଗ୍ରାମରୁ କୌଣସି ଲିଖିତ ଆପତ୍ତି ଅଭିଯୋଗ ଉକ୍ତ ସଂଘ ନାମରେ ନଥାଇ ମଧ୍ୟ ଆମ କଣ୍ଟ୍ରୋଲ ଡିଲର ସେଣ୍ଟର ଟିକୁ ଆକ୍ରୋଶ ମୂଳକ ଭାବେ ଆମ୍ଭ ଗ୍ରାମ ଠାରୁ ଦୂର ହାତୀ ପ୍ରବଣ ଅଂଚଳ ଦଣ୍ଡିର ଗ୍ରାମର ରିଟେଲର ଆଦିଶକ୍ତି ସ୍ୱୟଂ ସହାୟକ ଗୋଷ୍ଠିକୁ ସ୍ଥାନାନ୍ତର କରିଥିବାରୁ, ତାହାକୁ ବିରୋଧ କରି ଆଗାମୀ ଦିନରେ ଆସିବାକୁ ଥିବା ରାସନ ସାମଗ୍ରୀ ବର୍ଜନ କରିବାପାଇଁ ଚେତାବନୀ ଦେଇଛନ୍ତି ଏବଂ ଏହି ବିଷୟରେ ଆଗରୁ ଗ୍ରାମବାସୀ ଓ ହିତାଧିକାରୀ ଙ୍କ ଦସ୍ତଖତ ନେଇ ଶକ୍ତି ମା ତାରିଣୀ ସଂଘ ନାମରେ 2025/2026ବର୍ଷ ପୁନଃ ନବୀକରଣ କରିବାପାଇଁ ଉପଜିଲ୍ଲାପାଳ ହିନ୍ଦୋଳ, ବିଧାୟିକା ହିନ୍ଦୋଳ ଓ ଖାଦ୍ୟ ଯୋଗାଣ ମନ୍ତ୍ରୀ ଓଡିଶା ଙ୍କୁ ଭେଟିକରି ଦରଖାସ୍ତ ଦେଇଛନ୍ତି ବୋଲି ଲହଡା ଗ୍ରାମର ସଭାପତି ଦାମୋଦର ସାମଲ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ଓ ଅନ୍ୟ ମାନଙ୍କ ମଧ୍ୟରେ ଖୁଲୁଆ ସାହି ସଭାପତି ଗନ୍ଧର୍ବ ନାଏକ, ସମ୍ପାଦକ ଅନ୍ତର୍ଯ୍ୟାମୀ ନାଏକ, ଘୋଡାଡିଆଁ ଗ୍ରାମ ସଭାପତି ପ୍ରମୋଦ ସାହୁ, ଗୋପୀନାଥ ବେହେରା, ବିଛନ୍ଦ ପ୍ରଧାନ, ଖଗେଶ୍ୱର ପ୍ରଧାନ, ଦୟାନିଧି ସାହୁ, କିଶୋର ବେହେରା, ଦାଶରଥି ନାଏକ ଆଦି ଅନେକ ବରିଷ୍ଠ ଲୋକ ଡିଲର ସେଣ୍ଟର ଉଛେଦ କୁ ନେଇ ନିଜ ନିଜର କ୍ଷୋଭ ପ୍ରକାଶ କରିଥିଲେ। ହିନ୍ଦୋଳ ରୁ ସୁବ୍ରତ ମହାପାତ୍ର ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ

Leave a Reply

Your email address will not be published. Required fields are marked *