Spread the love

ଆଜି ତା ୯/୪/୨୦୨୫ ଲୋକକଳା ଗ୍ରାମ ପରିଦର୍ଶନ ଓ ବରିଷ୍ଠ କଳାକାରଙ୍କୁ ସମ୍ବର୍ଦ୍ଧନା, ରୟାନରସିଂ ପୁର,କାମାକ୍ଷାନଗର ଠାରେ ଅନୁଷ୍ଠିତ। ସକାଳ ୯ ଘଟିକା ରେ ସମ୍ମାନନୀୟ ଜିଲ୍ଲାପାଳ ମହୋଦୟ ଶ୍ରୀଯୁକ୍ତ ସୋମେଶ କୁମାର ଉପାଧ୍ୟାୟ ଲୋକକଳା ଗ୍ରାମ “ରାୟନରସିଂହ ପୁର ପରିକ୍ରମା କରିଥିଲେ। ଏହି ପରିକ୍ରମା ଉତ୍ସବ ରେ ଅତିରିକ୍ତ ଜିଲ୍ଲାପାଳ ମହୋଦୟ, ଉପଜିଲ୍ଲାପାଳ କାମାକ୍ଷାନଗର , ବିଡ଼ିଓ କାମାକ୍ଷାନଗର , ଜିଲ୍ଲା ସଂସ୍କୃତି ଅଧିକାରୀ, ଶ୍ରୀ ଅବନି ମିଶ୍ର, ସରପଞ୍ଚ ରୟନରସିଂପୁର ପ୍ରମୁଖ କଳାକାର ଓ ସଙ୍କୀର୍ତ୍ତନ ମଣ୍ଡଳୀ ସହିତ କଳା ଗ୍ରାମ ପରିକ୍ରମା କରିଥିଲେ। ଏହାପରେ ରାୟନରସିଂ ପୁର କଲ୍ୟାଣ ମଣ୍ଡପଠାରେ ସାଂସ୍କୃତିକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ମାନ୍ୟବର ବିଧାୟକ କାମାକ୍ଷାନଗର ଶ୍ରୀଯୁକ୍ତ ଶତ୍ରୁଘନ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ବରିଷ୍ଠ କଳାକାର ମନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

Leave a Reply

Your email address will not be published. Required fields are marked *