Spread the love

*ଅତାବିରା ଓ ଗୋଡଭଗା ମାର୍କେଟ କମ୍ପ୍ଲେକ୍ସ ଉଦଘାଟିତ*

ବରଗଡ଼:୧୦/୪(ପବିତ୍ର ମେହେର) ବରଗଡ଼ ଜିଲ୍ଲା ଅତାବିରା ମଧ୍ୟ ଦେଇ ଯାଇଥିବା ୫୩ ନଂ ମୁଖ୍ୟ ଜାତୀୟ ରାଜପଥ ବରଗଡ଼- ସମ୍ବଲପୁର ରାସ୍ତାକଡ଼ରେ ଥିବା ଅତାବିରା ନିୟନ୍ତ୍ରିତ ବଜାର କମିଟିର କମ୍ପ୍ଲେକ୍ସ, ଶୌଚାଳୟ ପାଖାପାଖି ୨କୋଟି ୪୦ଲକ୍ଷ ଓ ଗୋଡଭଗା ମାର୍କେଟ କମ୍ପ୍ଲେକ୍ସ ପାଖା ପାଖି ୨କୋଟି ୧୦ଲକ୍ଷ ଅନୁଦାନରେ ନିର୍ମାଣାଧିନ ହୋଇ ଆଜି ସମବାୟ,ହସ୍ତ୍ ତନ୍ତ ଓ ବୟନ ଶିଳ୍ପ,ହସ୍ତଶିଳ୍ପ ମାନ୍ୟବର ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ,ସାଂସଦ ପ୍ରଦୀପ ପୁରୋହିତ,ବିଧାୟକ ନିହାର ମହାନନ୍ଦ,ଅଶ୍ଵିନୀ ଷଡ଼ଙ୍ଗୀ,ଜିଲ୍ଲାପାଳ ଆଦିତ୍ୟ ଗୋୟଲ୍,ଉପଜିଲ୍ଲାପାଳ ପ୍ରସନ୍ନ ପାଣ୍ଡେ,ତହସିଲଦାର କେ ରୀଚି କୁମାର,ଅତିରିକ୍ତ ତହସିଲଦାର ଅଙ୍କିତ ପଣ୍ଡା,ଆରଏମସି ସମ୍ପାଦକ ଶଶାଙ୍କ ସାହାଣୀ ତଥା ଆର୍ ଏମ ସି କର୍ମଚାରି ଉପସ୍ଥିତ ରହିଥିଲେ।ପ୍ରକାଶ ଥାଉକି ଅତାବିରା ଆର୍ ଏମ ସି ଅଧୀନରେ ରହିଥିବା ମାର୍କେଟ ୟାଡ ମାନଙ୍କରେ ମାର୍କେଟ କମ୍ପ୍ଲେକ୍ସ ଗୁଡ଼ିକ କୋଟି କୋଟି ଟଙ୍କା ଅନୁଦାନ ରେ ବହୁ ଦିନରୁ ଲୋକ ଙ୍କ ଆଶା ଆକାଂକ୍ଷା ନେଇ ଅପେକ୍ଷା ରତ ଭାବେ ଦଣ୍ଡାୟମାନ ହୋଇ ଜରାଜୀର୍ଣ୍ଣ ଅବସ୍ଥାରେ ଅବହେଳିତ ହୋଇ ପଡ଼ି ରହିଥିବା ମାର୍କେଟ କମ୍ପ୍ଲେକ୍ସ ମଧ୍ୟରୁ ରାଜରାସ୍ତା କଡ଼ରେ ଥିବା ଦୁଇଟି ମାର୍କେଟ କମ୍ପ୍ଲେକ୍ସ କୁ ହଠାତ୍ ଭଙ୍ଗା ଦଦରା କାନ୍ଥ ରେ ରଙ୍ଗ ଚଢାଇ ଅବହେଳିତ ହୋଇ ପଡ଼ି ରହିଥିବା ବାହାର ଚିକ୍କଣ ଭିତର ପୁଲା ଭାବରେ ଠିକାଦାର ପୋଷା ନୀତିରେ କାର୍ଯ୍ୟକରି ଉଦଘାଟିତ ହେଲା। ତେବେ ଏଠି ପ୍ରଶ୍ନ ଉଠୁଛି ମାନ୍ୟବର ମନ୍ତ୍ରୀ ଓ ବିଭାଗୀୟ ପ୍ରାଶାସନିକ ଅଧିକାରୀ ମାନଙ୍କ ଉପସ୍ଥିତିରେ ଉଦଘାଟିତ ହୋଇଥିବା ମାର୍କେଟ କମ୍ପ୍ଲେକ୍ସର ଦୋକାନ ଗୃହ ଗୁଡ଼ିକ ଉପଯୁକ୍ତ ଭାବରେ ଉପଯୁକ୍ତ ଲୋକ ଙ୍କୁ ମିଳିବ ନା ନାହିଁ ସେ ନେଇ ଲୋକେ ଦ୍ଵନ୍ଦରେ ଅଛନ୍ତି।

Leave a Reply

Your email address will not be published. Required fields are marked *