Spread the love

ଭୂବନେଶ୍ୱର, ୧୪/୦୪ : ଆଜି ଦିନିକିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଭୁବନେଶ୍ୱରରୁ ହେଲିକପ୍ଟର ଯୋଗେ ଆସି ପ୍ରଥମେ ଘଟଗାଁ ଠାରେ ଅବତରଣ କରିବେ । ଏହାପରେ ସେଠାରେ ଆୟୋଜିତ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ଯୋଗ ଦେବେ। ପରେ କେନ୍ଦୁଝର ଠାରେ ଆୟୋଜିତ ହନୁମାନ ଜୟନ୍ତୀରେ ଯୋଗ ଦେଇ ଶୋଭାଯାତ୍ରାରେ ଉପସ୍ଥିତ ରହିବେ।

ସନ୍ଧ୍ୟାରେ ଭୁବନେଶ୍ୱର ଫେରିଯିବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଆଜି ସାଢ଼େ ୧୧ଟାରେ ହେଲିକ୍ୟାପ୍ଟର ଯୋଗେ ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ବାହାରି ୧୨.୧୦ ମିନିଟ୍‌ରେ ଘଟଗାଁ ସ୍ଥିତ ତାରିଣୀ ବିଦ୍ୟାପିଠ ଛାତ୍ରାବାସ ପରିସରରେ ନିର୍ମିତ ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କରିବେ। ସେଠାରୁ ସଡ଼କ ପଥରେ ଯାଇ କେନ୍ଦୁଝର ଆରାଧ୍ୟା ମା ତାରିଣୀଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନ କରିବାର କାର୍ଯ୍ୟକ୍ରମ ରହିଛି ।ସେଠାରେ ସାଢ଼େ ୧ଟା ପର୍ଯ୍ୟନ୍ତ ରହିବେ। ସେଠାରୁ ୧.୪୫ ରେ ବାହାରି ୨ ଟାରେ କେନ୍ଦୁଝର ରିଜର୍ଭ ପୋଲିସ୍ ପଡିଆରେ ନିର୍ମିତ ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ ପହଞ୍ଚିବେ। ଦିନ ୨.୧୫ରେ ସର୍କିଟ ହାଉସ୍ ଯିବେ ଓ ସେଠାରୁ ୩.୫୦ ରେ ବାହାରି ୪ ଟାରେ ଲାବଣ୍ୟ ଛକରେ ହନୁମାନ ଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗ ଦେବେ। ସେଠାରୁ ୫ ଟା ରେ ସର୍କିଟ ହାଉସ ଯିବେ ଏବଂ ସାଢ଼େ ୫ରେ ସେଠାରୁ ବାହାରି ଭିଜର୍ଭ ପୋଲିସ୍ ଅସ୍ଥାୟୀ ହେଲିପ୍ୟାଡ ପହଞ୍ଚି ସେଠାରୁ ୫.୪୦ରେ ହେଲିକ୍ୟାପ୍ଟର ଯୋଗେ ଭୁବନେଶ୍ଵର ପ୍ରତ୍ୟାବର୍ତ୍ତନର କାର୍ଯ୍ୟକ୍ରମ ରହିଛି।

Leave a Reply

Your email address will not be published. Required fields are marked *