ଭୂବନେଶ୍ୱର, ୧୪/୦୪ : ହନୁମାନ ଜୟନ୍ତୀ ପାଇଁ ସମ୍ବଲପୁରରେ ହାଇ ଆଲର୍ଟ । ବିଭିନ୍ନ ସ୍ଥାନରୁ ବାହାରିବ ଶୋଭାଯାତ୍ରା । ଏହାକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ଭାବେ ସୁରକ୍ଷା ବ୍ୟବସ୍ଥା ହୋଇଛି । ଆଇନଶୃଙ୍ଖଳା ଦାୟିତ୍ୱରେ ରହିବେ ୨୦୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ନଜର ରଖିବ ୬୫୦ ସିସିଟିଭି ।
୪୦ଟି ଡ୍ରୋନରେ ଶୋଭାଯାତ୍ରାର ମନିଟରିଂ ହେବ । ସୋସିଆଲ୍ ମିଡିଆ ପୋଷ୍ଟ ଉପରେ କଡ଼ା ନଜର ରହିଛି । ଗୁଜବକାରୀଙ୍କ ଉପରେ ନଜର ରଖିବା ପାଇଁ ସ୍ପେଶାଲ ସାଇବର ଟିମ ଗଠନ କରାଯାଇଛି । ହନୁମାନ ଜୟନ୍ତୀ ପାଇଁ ହାଇ ଆଲର୍ଟରେ ସମ୍ବଲପୁର ।ସମଗ୍ର ସହରରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ୫୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ରାପିଡ୍ ଆକ୍ସନ ଫୋର୍ସ ମଧ୍ୟ ମୁତୟନ ହୋଇଛନ୍ତି। ବଡ଼ ବଡ଼ ୧୦ଟି ଏଲଇଡି ଓ ଡ୍ରୋନ ଦ୍ବାରା ସହର ଉପରେ ନଜର ରଖାଯାଇଛି। ଏହାସହ ଅପରାହ୍ନ ୩ଟାରୁ ରାତି ୯ଟା ଯାଏ ଧନୁପାଲିରୁ ଟାଉନ ପର୍ଯ୍ୟନ୍ତ ଯାନବାହାନ ଚଳାଚଳ ବନ୍ଦ ରହିବ । ସେହିପରି ଧନକଉଡାରୁ ଟାଉନ ପର୍ଯ୍ୟନ୍ତ ରାତି ୧୦ଟା ଯାଏ , ଅଇଁଠାପାଲିରୁ ଟାଉନ ପର୍ଯ୍ୟନ୍ତ ରାତି ୯ଟା ଏବଂ ସରଲାକାନିରୁ ଟାନ ପର୍ଯ୍ୟନ୍ତ ରାତି ୯ଟା ପର୍ଯ୍ୟନ୍ତ ଯାନବାହନ ଚଳାଚଳ ବନ୍ଦ ରହିବ ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-12-scaled.jpg)

