Spread the love

ଗୁଦଗୁଦା ମହୋତ୍ସବ ଅବସରରେ ସାହିତ୍ୟ ଆସର ,କବିତା ପାଠ ଓ ଆଲୋଚନା ଚକ୍ର ଅନୁଷ୍ଠିତ

କୁଚିଣ୍ଡା : କୁଚିଣ୍ଡା ଉପଖଣ୍ଡରେ ଆୟୋଜିତ ହେଉ ଥିବା ଭବ୍ୟ ଗୁଦ ଗୁଦା ମହୋତ୍ସବର ତୃତୀୟ ଓ ଶେଷ ଦିନରେ ଯୋଡି ହୋଇଛି, ସାହିତ୍ୟ ଆସର,କବିତା ପାଠ ଓ ଆଲୋଚନା ଚକ୍ର ।ଏହି ଉପଲକ୍ଷେ କୁଚିଣ୍ଡା କଲେଜର ପ୍ରେକ୍ଷଳୟରେ ଶିକ୍ଷାବିତ୍ ଓ ସୁସହିଥିକ ସୁବାସ ଚନ୍ଦ୍ର ନାୟକ ଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମର ଉଦଘାଟନ ପର୍ବରେ ମଲୟ ବେହେରା ଗୁଦ ଗୁଦା ଉତ୍ସବ କମିଟି ପକ୍ଷରୁ ସ୍ଵାଗତ ଭାଷଣ ସହ ସଂଯାଜନା କରିଥିଲେ । ମୁଖ୍ୟ ଅତିଥି ଭାବରେ କମିଟିର ସଭାପତି ତଥା ଉପ ଜିଲ୍ଲାପାଳ ଡ଼ ଗୌରବ ମୟ ପଧାନ ,ବରିଷ୍ଟ ସାମ୍ବାଦିକ ଗଗନ ଶର୍ମା, ଓ କମିଟି ର ମୁଖ୍ୟ ସଂଯୋଜକ ସୁରଥ ଚନ୍ଦ୍ର ନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ସ୍ଥାନୀୟ ସାହିତ୍ୟ ଓ କଳା ର ବିକାଶ କାମନା କରିଥିଲେ ।ଓଡ଼ିଆ ପକ୍ଷ ଆୟୋଜନ ଅବସରରେ ଆଜି ବହିଟିଏ କିଣ ପାଳନ କରୁ ଥିବା ଅବସରରେ ସାହିତ୍ୟିକ ସସ୍ମିତା ପଟେଲଙ୍କ ସଦ୍ୟ ପ୍ରକାଶିତ ଉପନ୍ୟାସ ‘ନୀଳ ପରୀ’ କୁ ଅତିଥି ଗଣ ଲୋକାର୍ପଣ କରିବା ସହ ଏହାର ବିପୁଳ ବିକ୍ରୟ କାମନା କରିଥିଲେ । କୁଚିଣ୍ଡା ଅଞ୍ଚଳ ର ଲୋକ କଳା ଓ ସାହିତ୍ୟ ତଥା ଏହାର ସମ୍ଭାବନା ଶୀର୍ଷକରେ ସାମ୍ବାଦିକ ସଂଘ ଜିଲ୍ଲା ସଭାପତି ପ୍ରଭାତ କୁମାର ବେହେରା , ଅଧ୍ୟାପକ ସତ୍ୟ ନାରାୟଣ ପଟେଲ, ପୂର୍ନେନ୍ଦୁ ମହାନ୍ତି ,ପଣ୍ଡିତ ଶ୍ୟାମ ସୁନ୍ଦର ପଣ୍ଡା ଓ ପଣ୍ଡିତ ଅଲେଖ କୁମାର ପତି ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଏହା ପରେ ଆୟୋଜିତ କବିତା ପାଠୋତ୍ସବ ରେ କୁଚିଣ୍ଡା ଉପଖଣ୍ଡ ସମେତ ପଡୋଶୀ ଝାରସୁଗୁଡ଼ା ,ଦେବଗଡ ଓ ସମ୍ବଲପୁର ସଦରର ପ୍ରାୟ ପଚାଶ ଜଣ କବି ସ୍ବରଚିତ କବିତା ପାଠ କରିଥିଲେ ।ଏହାକୁ କବି ରଜନୀ ପଟେଲ ଓ ସସ୍ମିତା ପଟେଲ ସଂଯୋଜନା କରିଥିଲେ ।ଏହି ଆସରରେ ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ , ଦେବଗଡ଼ ର କବି ବିପିନ ବିହାରୀ ପୃଷ୍ଟି , ଝାରସୁଗୁଡ଼ାର କବି ପ୍ରେମ ସାଗର ଦେହେରିଆ ଅତିଥି ଭାବରେ ମଞ୍ଚାସିନ ରାଜି ସାହିତ୍ୟ ଓ କଳା ର ଉନ୍ନତି ବିନା ଦେଶର ଉନ୍ନତି ଅସମ୍ଭବ ବୋଲି କହି ଥିଲେ ।ଶେଷରେ ବରିଷ୍ଠ ନାଗରିକ ସଂଘର ନନ୍ଦ ଲାଲ ପଟେଲ ଧନ୍ୟବାଦ୍ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ କୁ ବନ ମାଳି ନମଦେଓ, ଅଧ୍ୟାପକ ରୁଦ୍ରନାରାୟଣ ମିଶ୍ର,ପ୍ରଭାତ ନାୟକ, ସରୋଜ ମେହେର,ତୁଳସୀ ମଞ୍ଜରୀ ବହିଦାର,ଗଙ୍ଗାଧର ନାଏକ,ପ୍ରମୋଦ ନାଏକ, ସଞ୍ଜୟ ନାଗ ପ୍ରମୁଖ ଆୟୋଜନରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *