Spread the love

ସାତ ବର୍ଷର ନାବାଳିକାକୁ ଦୁଷ୍କର୍ମ :ଅଭିଯୁକ୍ତ ଗିରଫ

ହିନ୍ଦୋଳ :20/4/2025ଢେଙ୍କାନାଳ ଜିଲ୍ଲା ହିନ୍ଦୋଳରେ ଏକ ଅଭାବନୀୟ, ବର୍ବର ଓ ଅମାନୁଷିକ କାଣ୍ଡ ଘଟିଯାଇଛି, ସୂଚନା ଅନୁଯାୟୀ ଶନିବାର ଅପରାହ୍ନରେ ହିନ୍ଦୋଳ ଅଂଚଳର ଅନୁସୂଚିତ ଜନଜାତି ସମ୍ପ୍ରଦାୟର ସ୍ଥାନୀୟ ଅଞ୍ଚଳରେ ଦିନମଜୁରିଆ କାମକରି ପରିବାର ପୋଷନ୍ତି। ଘଟଣା ଘଟିବାଦିନ ଶିଶୁ କନ୍ୟାର ବାପା -ମା ଅନ୍ୟଦିନ ଭଳି କାମକୁ ଯାଇଥିବା ବେଳେ 7ବର୍ଷ ବୟସର ନିଷ୍ପାପ ଶିଶୁକନ୍ୟା ତାଳ ସଜ ଖାଇବାପାଇଁ ନିକଟସ୍ଥ ଜଙ୍ଗଲକୁ ଯାଇଥିବାବେଳେ ସେହି ସମୟରେ ସେଠାରେ ଥିବା ଵିଭାହିତା ଯୁବକ ତାକୁ ଦୁଷ୍କର୍ମ କରି ବୁଦାମୂଳକୁ ଫୋପାଡ଼ି ତାଳ ବରଡ଼ା ଘୋଡାଇ ମୁର୍ମୁଷ ଅବସ୍ଥାରେ ଛାଡ଼ିଦେଇ ଫେରାର ହୋଇଯାଇଥିଲା।ପରିବାର ଲୋକ ଝିଅଟିକୁ ବହୁତ ଖୋଜାଖୋଜି ପରେ କୌଣସି ସୂତ୍ରରୁ ସୂଚନାପାଇ ସେହି ସ୍ଥାନରୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ହିନ୍ଦୋଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ, ପରେ ଅବସ୍ଥା ଗୁରୁତର ଥିବାରୁ ସେଠାରୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନା କୁ ସ୍ଥାନାନ୍ତରିତ କରାଯାଇଥିଲା। ତୁରନ୍ତ ଘଟଣା ସ୍ଥଳରେ ପୋଲିସ ଏବଂ ସାଇଣ୍ଟିଫିକ ଟିମ ପହଂଚି ତଦନ୍ତ କରି ଘଟଣା ରେ ସମ୍ପୃକ୍ତ ଥିବା ଯୁବକ ମୋଟଙ୍ଗା ଥାନା ଅନ୍ତର୍ଗତ ବୋଦାଳୁ ଗ୍ରାମର ଶିବ ସାହୁ କୁ ଗିରଫ କରିଛନ୍ତି। ଅଭିଯୁକ୍ତ ଶିବ ସାହୁ ନାମରେ ଆଗରୁ ନିଜ ଶାଳୀ କୁ ଦୁଷ୍କର୍ମ କରି ଜେଲ ଯାଇଥିବା ଓ ବିଭିନ୍ନ ଥାନାରେ ପୂର୍ବରୁ ବହୁ ମାମଲା ଥିବା ଏସ ପି ଗଣମାଧ୍ୟମକୁ ପ୍ରତିକ୍ରିୟା ରେ ପ୍ରକାଶ କରିଛନ୍ତି। ଏହିଭଳି ଲଜ୍ୟା ଜନକ ଓ ବର୍ବର ଘଟଣା ହିନ୍ଦୋଳ ଅଂଚଳରେ ଚର୍ଚ୍ଚା ଓ ଆଲୋଡନ ସୃଷ୍ଟି କରିଥିବାବେଳେ ଗ୍ରାମବାସୀ ସ୍ତବ୍ଧ ହୋଇଯାଇଛନ୍ତି ଏବଂ ଏହି ଅମାନୁଷିକ ଘଟଣା କୁ।ଅଂଚଳ ର ବୁଦ୍ଧିଜୀବୀ ଓ ବିଭିନ୍ନ ଦଳର ରାଜନେତା ମାନେ ଘୋର ନିନ୍ଦା କରିବାସହିତ ଦୋଷୀକୁ କଠୋର ଦଣ୍ଡ ଦେବାପାଇଁ ପ୍ରଶାସନ କୁ ନିବେଦନ କରିଛନ୍ତି।

ହିନ୍ଦୋଳ ରୁ ସୁବ୍ରତ ମହାପାତ୍ର ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ

Leave a Reply

Your email address will not be published. Required fields are marked *