Spread the love

*ଅକାଳ ବଜ୍ରପାତ ଯୋଗୁଁ ଚାଲିଗଲା ଦୁଇ ମହିଳାଙ୍କ ଜୀବନ:* ବରଗଡ:୨୯/୫(ପବିତ୍ର ମେହେର) ବରଗଡ଼ ଜିଲ୍ଲା ଅତାବିରା ଅଞ୍ଚଳରେ ଗତ ପାଞ୍ଚ ଦିନ ହେଲା ଅଦିନିଆ ବର୍ଷା ସାଙ୍ଗକୁ ଝଡ଼ବତାସ ଲାଗି ରହିଛି l ଅକାଳ ବଜ୍ରପାତରେ ଗୁରୁବାର ମଧ୍ୟାହ୍ନରେ ଦୁଇ ଜଣ ମହିଳାଙ୍କ ଜୀବନ ଚାଲିଯାଇଛି।ଖଇରପାଲି ନିକଟସ୍ଥ ନଳିଆଁ ଝୁପୁଡି ଗ୍ରାମର ସ୍ବର୍ଗତ ରାଜେନ୍ଦ୍ର ଛତ୍ରିଆଙ୍କ ପତ୍ନୀ ୪୮ ବର୍ଷୀୟ ଶାନ୍ତି ଛତ୍ରିଆ ଦୈନନ୍ଦିନ ଗୁଜୁରାଣ ମେଣ୍ଟାଇବା ପାଇ କିଛି ଜାଳେଣି କାଠ ସଂଗ୍ରହ କରି ଘରକୁ ଫେରୁଥିବା ବେଳେ ବଜ୍ରପାତର ଶିକାର ହୋଇଥିଲେ ଓ ଟୋପ ଗ୍ରାମର ସହରାପଡ଼ା ନିବାସୀ ଗଣନାଥ ମଲ୍ଲିକଙ୍କ ୩୬ ବର୍ଷୀୟ ପତ୍ନୀ ଯଶୋଦା ମଲ୍ଲିକ ନିଜ ସ୍ଵାମୀଙ୍କୁ ମଧ୍ୟାହ୍ନ ଭୋଜନ ଦେବା ପାଇଁ ଯାଉଥିବା ସମୟରେ ବଜ୍ରପାତ ଯୋଗୁଁ ଜୀବନ ହରାଇଛନ୍ତି। ଉଭୟ ମହିଳାଙ୍କୁ ଆମ୍ବୁଲାନ୍ସ ଯୋଗେ ଅତାବିରା ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା।ସେଠାରେ ଡାକ୍ତର ଏ ସତିଶ କୁମାର ଉଭୟଙ୍କୁ ମୃତ ଘୋଷଣା କରିଥିଲେ lଖବର ପାଇ ଅତାବିରା ଥାନା ଆଇଆଇସି ପ୍ରକାଶ କର୍ଣ୍ଣଙ୍କ ନିର୍ଦ୍ଦେଶରେ ପୋଲିସ ଉଭୟ ଶବକୁ ଜବତ କରି ବ୍ୟବଛେଦ ପାଇଁ ବରଗଡ଼ ଜିଲା ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଛି l ଶାନ୍ତି ଛତ୍ରିଆଙ୍କ ମୃତ୍ୟୁ ମାମଲାକୁ ନେଇ ୧୧/୨୦୨୫ ଏବଂ ଯଶୋଦା ମଲ୍ଲିକଙ୍କ ମୃତ୍ୟୁରେ ୧୦/୨୦୨୫ ଦୁଇଟି ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି।ତେବେ ଉଭୟ ମୃତକ ମହିଳାଙ୍କ ପରିବାରକୁ ପ୍ରାକୃତିକ ବିପର୍ଯ୍ୟୟ ପାଣ୍ଠିରୁ ସରକାରୀ ସହାୟତା ପ୍ରଦାନ କରିବା ପାଇଁ ଅଞ୍ଚଳବାସୀଙ୍କ ଦାବୀ ରହିଛି।

Leave a Reply

Your email address will not be published. Required fields are marked *