Spread the love

୬ ହାଇସିକ୍ୟୁରିଟି ଜେଲ୍‌ରେ ଉଡ଼ିବ ୧୦ଡ୍ରୋନ୍‌: କଏଦୀଙ୍କ ଚୋରା କାମକୁ ଜଗିବ

ରାଜ୍ୟର ହାଇସିକ୍ୟୁରିଟି ଜେଲ୍‌ଗୁଡ଼ିକର ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇବା ପାଇଁ ଜେଲ୍‌ ବିଭାଗ ବଡ଼ ନିଷ୍ପତ୍ତି ନେଇଛି। ଜେଲ୍‌ ଅତ୍ୟାଧୁନିକୀକରଣ ପ୍ରକଳ୍ପରେ ସୁରକ୍ଷା ବ୍ୟବସ୍ଥାକୁ ଗୁରୁତ୍ବ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ଏଣିକି ହାଇସିକ୍ୟୁରିଟି ଜେଲ୍‌‌ ଉପରେ ଡ୍ରୋନ୍‌ ଉଡ଼ିବ। କଏଦୀମାନଙ୍କ କଳା କାରନାମା ଉପରେ ନଜର ରଖିବାକୁ ଡ୍ରୋନ୍‌ ଜଗିରହିବ। ନିଶା କାରବାର, ମେଳି ବାନ୍ଧିବା, ପ୍ରାଚୀର ଡେଇଁ ଖସିବାକୁ ଉଦ୍ୟମ କରିବା ଭଳି କାଣ୍ଡକୁ ରୋକିବା ଲାଗି ଡ୍ରୋନ୍‌ ବ୍ୟବହାର କରାଯିବ ବୋଲି ଜଣାପଡ଼ିଛି। ଏହି ବ୍ୟବସ୍ଥାକୁ ୨ମାସ ଭିତରେ କାର୍ଯ୍ୟକାରୀ କରାଯିବ ଏବଂ ଏଥିପାଇଁ ଏନ୍‌ଏସ୍‌ଜି ଯବାନମାନଙ୍କ ସହାୟତା ନିଆଯିବ ବୋଲି ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *