ଆଜି ଶ୍ରାବଣ ମାସର ଦ୍ୱିତୀୟ ସୋମବାର। ଧବଳେଶ୍ଵରଙ୍କ ପାଖରେ ଜଳ ଲାଗି କଲେ ହଜାର ହଜାର କାଉଡିଆ ଶ୍ରଦ୍ଧାଳୁ। ରାତି ଗୋଟାଏରେ ପହଡ଼ ଖୋଲା ଯାଇ ବାବା ଧବଳେଶ୍ବରଙ୍କ ନିକଟରେ ସମସ୍ତ ନୀତିକାନ୍ତି କରାଯାଇଥିଲା ।
ଶ୍ରାବଣ ମାସର ଦ୍ୱିତୀୟ ସୋମବାର ପାଇଁ ଚଳଚଞ୍ଚଳ ହୋଇଛି ଉତ୍ତର ଓଡିଶାର ପ୍ରସିଦ୍ଧ ବାବା ପଞ୍ଚଲିଙ୍ଗେଶ୍ୱରଙ୍କ ପୀଠ ।
ଜଳଭିଷେକ ନିମନ୍ତେ ଓଡିଶାର ବିଭିନ୍ନ ପ୍ରାନ୍ତରୁ ଭକ୍ତ ମାନଙ୍କର ଭିଡ଼ ଦେଖିବାକୁ ମିଳିଛି । ପାଞ୍ଚୋଟି ଶୈବପୀଠରେ ଯେତିକି ପୂଣ୍ୟ ମିଳିଥାଏ ବାବା ପଞ୍ଚଲିଙ୍ଗେଶ୍ୱରଙ୍କ ପୀଠରେ ସେତିକି ପୁଣ୍ୟ ମିଳିଥାଏ । ଭକ୍ତ ମାନେ ନଦୀରୁ ପାଣି ଉତ୍ତୋଳନ କରି ବାବାଙ୍କୁ ଜଳଭିଷେକ କରିବା ସହ ସ୍ପର୍ଶ କରି ଆର୍ଶିବାଦ ଲାଭ କରୁଛନ୍ତି ।ବ୍ରହ୍ମ ମୂହର୍ତ୍ତରେ ପୂଜାର୍ଚ୍ଚନା ପରେ ବାବାଙ୍କ ନିକଟରେ କାଉଡ଼ିଆମାନେ ନିଜ ନିଜ ମାନସିକ ଜଳ ଲାଗି କରିଥିଲେ । ଭିଡ଼କୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କରାଯାଇଛି ।ପୋଲିସ ପ୍ରଶାସନ ପକ୍ଷରୁ ସାଢେ ୪ ପ୍ଲାଟୁନ ଫୋର୍ସ, ଜଣେ ASP, ୩ ଜଣ DSP ସମେତ ୨୦ ଜଣ ଅଫିସର ମୁତୟନ ହୋଇଛନ୍ତି । ଶୃଙ୍ଖଳିତ ଦର୍ଶନ ପାଇଁ ଦେବୋତ୍ତର ବିଭାଗ ପକ୍ଷରୁ ମନ୍ଦିରରେ ବ୍ୟାରିକେଡ ଲଗାଯାଇଛି ।



