କଟକ – ମହାବାହୁ ଚାରିଟେବୁଲ ଟ୍ରଷ୍ଟ ଏବଂ ପୌର ସରକାରୀ ଉଚ୍ଚବିଦ୍ୟାଳୟ, ବିଡାନାସି, କଟକ ର ମିଳିତ ସହଯୋଗରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
କଟକ -26-07-2025 ତାରିଖରେ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି. ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଦାସ, ସଂସ୍କୃତ ଶିକ୍ଷକ ଶ୍ରୀଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ପଟ୍ଟନାୟକ ଓ Trust ର ସଭାପତି ଶ୍ରୀଯୁକ୍ତ ସଦାଶିବ ନାଥ ଶର୍ମା ଙ୍କ ସଭାପତିତ୍ବରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି. ଏଥିରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ବିଶ୍ବନାହାକାହାଣି ଉଚ୍ଚମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ଡକ୍ଟର ସଚ୍ଚିଦାନନ୍ଦ ପ୍ରଧାନ ବୃକ୍ଷ ରୋପଣ ର ଉପକାରିତା ବିଷୟରେ ସମ୍ୟକ ତଥ୍ୟ ପ୍ରଦାନ କରିଥିଲେ ଏବଂ ପରିଶେଷରେ ଟ୍ରଷ୍ଟ ସଭାପତି , ସଦସ୍ୟ ସଦସ୍ୟା, ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ତଥା ଛାତ୍ରଛାତ୍ରୀ ମାନଙ୍କୁ ନେଇ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା



