କଟକ ମୁଣ୍ଡଳୀରେ ପହଞ୍ଚିଲା ବନ୍ୟା ଜଳ। ହୀରାକୁଦର ବନ୍ୟାଜଳ ପହଞ୍ଚିଲା କଟକ ମୁଣ୍ଡଳୀରେ। ହୀରାକୁଦରୁ ଆସୁଛି ଏହି ବନ୍ୟାଜଳ। ଆଜି ସକାଳ ୭ ଟା ସୁଦ୍ଧା ମୁଣ୍ଡଳୀରୁ ୩ ଲକ୍ଷ ୮୩ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି।
ଉପରମୁଣ୍ଡରେ ଫୁଲୁଛି ମହାନଦୀ, ବଢ଼ୁଛି ଜଳସ୍ତର । ହୀରାକୁଦ ଡ୍ୟାମର ୨୦ ଗେଟ୍ ଦେଇ ଜଳ ନିଷ୍କାସନ। ଡ୍ୟାମ ବାମପାର୍ଶ୍ବରେ ୧୩ଟି ଓ ଡାହାଣପାର୍ଶ୍ବରେ ୭ଟି ଗେଟ୍ ଖୋଲା ରହିଛି ।
ଏବେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୩ ଫୁଟ୍ ରହିଛି । ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୫ଲକ୍ଷ ୪୨ ହଜାର୪୪୮ କ୍ୟୁସେକ ଜଳ ପ୍ରବେଶ କରୁଛି । ସେହିପରି ୩ଲକ୍ଷ ୪୧ ହଜାର ୮୩୪ କ୍ୟୁସେକ ଜଳ ନିଷ୍କାସିତ ହେଉଛି।ସେପଟେ ବିପଦ ସଂକେତ ଉପରେ ସୁବର୍ଣ୍ଣରେଖା, ବୈତରଣୀ ଓ ଜଳକା ନଦୀ । ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ପରେ ଫୁଲୁଛି ସୁବର୍ଣ୍ଣରେଖା, ବୈତରଣୀ, ବୁଢ଼ାବଳଙ୍ଗ ଓ ଜଳକା । ଉପରମୁଣ୍ଡରେ ବର୍ଷା ପରେ ଗାଲଡିହି ଗେଟ୍ ଖୋଲାଯାଇଛି । ନିଷ୍କାସିତ ହେଉଥିବା ବନ୍ୟାଜଳ ଆଜି ସକାଳ ୧୦ଟାରେ ରାଜଘାଟ ଅତିକ୍ରମ କରିବ । ଯାହାଫଳରେ ସୁବର୍ଣ୍ଣରେଖାର ତଳିଆ ଅଂଚଳରେ ଆଜି ଆହୁରି ପାଣି ପଶିବ ।



