Spread the love

୧୮ ବର୍ଷରୁ କମ ଜାତୀୟ ବାସ୍କେଟବଲ ପ୍ରତିଯୋଗିତା ଓଡିଶା ପାଈଁ ବାଳକ ଓ ବାଳିକା ଦଳ ଘୋଷଣା

କଟକ ଆସନ୍ତା ୨ ସେପ୍ଟେମ୍ବର ରୁ ୯ ସେପ୍ଟେମ୍ବର ପର୍ଯନ୍ତ ପଞ୍ଜାବ ର ଲୁଧିଆନା ଠାରେ ଜାତୀୟ ଜୁନିଅର ବାସ୍କେଟବଲ ପ୍ରତିଯୋଗିତା ହେବାକୁ ଯାଉଛି, ଓଡିଶା ରାଜ୍ୟ ପାଇଁ ଆଜି ବାଳକ ଓ ବାଳିକା ଦଳ ଘୋଷଣା ହୋଇଛି, ବାଳିକା ଦଳ ପାଈଁ କଟକ ଠାରେ କ୍ୟାମ୍ପ ହୋଇଥିଲା ବେଳେ ବାଳକ ମାନଙ୍କ ପାଈଁ ବ୍ରହ୍ମପୁର ଠାରେ କ୍ୟାମ୍ପ ଅନୁଷ୍ଠିତ ହୋଇଥିଲା, ଏହି ଚୟନ କ୍ୟାମ୍ପ ଦୀର୍ଘ ଏକ ମାସ ପାଈଁ ଚାଲିଥିଲା. ବାଳିକା ଦଳ ପାଇଁ ୧୫ ଜଣିଆ ଦଳ ଘୋଷଣା ହୋଇଥିଲା ନୂତନ ନାୟକ, ଅମିଶା ଏକା, ଶ୍ରାବଣୀ ଶାସମଲ, ମିନତୀ ଖିଲା, କାଜଲ ବାରିକ, ଇସା ପାଢ଼ୀ, ନାଇବା ସାଇଶ୍ରୀ ଛୁଆଲ ସିଂ, ବିଜୟ ଲଷ୍ମୀ ସ୍ୱାଇଁ, ସାଗରୀକା ସିଧୁ, ଯମୁନା ହାଁସଦା, ଆକ୍ରିତି ଅଗ୍ରୱାଲ, ଏମାନଂକୁ ନେଇ ସହ ପରିସଖ୍ୟକ ପଦ୍ମାବତୀ ହାତୀ ଓ ପ୍ରଶିକ୍ଷଣ ପ୍ରଶାନ୍ତ କୁମାର ତରେଇ ତଥା ମ୍ୟାନେଜର ସୁନିତା ତରେଇ ଦଳ ସହିତ ଲୁଧିଆନ ଗସ୍ତ କରିଛନ୍ତି ।

Leave a Reply

Your email address will not be published. Required fields are marked *