Spread the love

520ନମ୍ବର୍ ଜାତୀୟ ରାଜପଥ ରେ ମର୍ମଦୁନ୍ତ ସଡ଼କ ଦୁର୍ଘଟଣାରେ ଚାଳକ ମୃତ ।କେନ୍ଦୁଝର ଜିଲ୍ଲା ପାଇଁ ସତେ ଯେମିତି ଅଭିଶାପ ପାଲଟିଛି ଜାତୀୟ ରାଜପଥ 520। ଏହି ରାଜପଥ ରେ ଦୈନଦିନ କୌଣସି ନା କୌଣସି ସ୍ଥାନରେ ଦୁର୍ଘଟଣା ଘଟି ଜନଜୀବନ ନଷ୍ଟ ହେଉଥିବା ଦେଖିବାକୁ ମିଳେ। ସେଇଭଳି ଏକ ମର୍ମନ୍ଦୁନ୍ତ ସଡ଼କ ଦୁର୍ଘଟଣାରେ ଚାଲି ଯାଇଛି ଗାଡ଼ି ଚାଳକ ଜୀବନ। ସୂଚନା ଅନୁଯାୟୀ କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ ଭଦ୍ରାସାହି ନିକଟସ୍ଥ ରୋଇଡା ମାଇନ୍ସ ନିକଟରେ ଏକ ହାଇୱା ଦୃତ ଗତିରେ ଆସି ଏକ ଛିଡ଼ା ହୋଇଥିବା ଗାଡ଼ିରେ ଧକ୍କା ହେବାରୁ, ଚାଳକ ଜଣକ ଗାଡ଼ିରେ ଫସି ଯାଇଥିଲେ, ତେବେ ଖବର ପାଇ ବଡ଼ବିଲ ପୋଲିସ୍ ଓ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି କଟର ସାହାଯ୍ୟରେ ଗାଡିକୁ କାଟି ଚାଳକ କୁ ଉଦ୍ଧାର କରି ବଡ଼ବିଲ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ, ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ନେଇ ସୂଚନା। ଲୋକେ ଜମଦୁତ ସାଜିଥିବା ଏହି ଜାତୀୟ ରାଜପଥ 520ରେ ଯିବା ଆସିବା କରିବାପାଇଁ ଭୟ କରିଲେଣି, ଦେଖାଯାଉ ପ୍ରଶାସନ କେବେ ଏହାର ସମାଧାନ ର ବାଟ ଖୋଜି ପାଉଛି ଓ ସେତେ ପର୍ଯ୍ୟନ୍ତ ଏହି 520ନମ୍ବର୍ ରାଜପଥ ରେ ଆଉ କେତେ ମୁଣ୍ଡ ଗଡୁଛି।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *