ସୁଲକ୍ଷଣାଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଜାତୀୟ କ୍ରୀଡା ଦିବସ ପାଳିତ
ଢେ଼ଙ୍କାନାଳ ୩୦/୮/୨୦୨୫ : ଆଜି ସୁଲକ୍ଷଣାଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଜାତୀୟ କ୍ରୀଡା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ତଥା ଭୁବନ ର ଗୋଷ୍ଠି ଶିକ୍ଷା ଅଧିକାରୀ ଶ୍ରୀମତୀ ମିନତି ଦେହୁରୀ ପ୍ରଥମେ ମେଜର ଧ୍ୟନଚାନ୍ଦଙ୍କ ର ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପାଠ ପଢ଼ା ସହିତ କ୍ରୀଡା କ୍ଷେତ୍ରରେ ନିଜକୁ ସାମିଲ କରି ଛାତ୍ର ଛାତ୍ରୀ ମାନେ କିପରି ଭଲ ଖେଳାଳି ହୋଇପାରିବେ ସେଥିପାଇଁ ପ୍ରୋତ୍ସାହନ ଦେଇଥିଲେ । ବିଦ୍ୟାଳୟର କ୍ରୀଡା ଶିକ୍ଷୟତ୍ରୀ ଶ୍ରୀମତୀ ଜୟନ୍ତୀ ବେହେରା ଜାତୀୟ କ୍ରୀଡା ଦିବସ ଉପଲକ୍ଷେ ବିଦ୍ୟାଳୟରେ ଏସେ, ଡିବେଟ୍, ୟୋଗା, କୁଇଜ୍,,ଖୋଖୋ ,ଦଉଡ଼ି ଡିଆଁ,କବାଡି ପ୍ରତିଯୋଗିତା କରି କୃତିତ୍ୱ ପ୍ରତିଯୋଗୀ ମାନଙ୍କୁ ପୂରଷ୍କୃତ କରିଥିଲେ । ଏହି କାର୍ଯ୍ୟ କ୍ରମ କୁ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ରହି ଏହି କାର୍ଯ୍ୟ କ୍ରମ କୁ ସାଫଲ୍ୟ ମଣ୍ଡିତ କରିଥିଲେ।



