Spread the love

ଆଜି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଅବସରରେ ବିଧାନସଭା ପରିସରରେ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଲେ ମୂଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ। ଶ୍ରୀ ମାଝୀ ସୋସିଆଲ ମିଡ଼ିଆରେ ପୋଷ୍ଟ୍ କରି କହିଛନ୍ତି ଯେ ଓଡ଼ିଶା ପାଇଁ ତାଙ୍କର ଉତ୍ସର୍ଗୀକୃତ ଜୀବନ, ଅପ୍ରତିମ ତ୍ୟାଗ ଏବଂ ନିଃସ୍ୱାର୍ଥପର ସେବା ଚିରଦିନ ଆମ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ। ସାହିତ୍ୟ, ସାମ୍ବାଦିକତା ଓ ଶିକ୍ଷା କ୍ଷେତ୍ରରେ ତାଙ୍କର ଅତୁଳନୀୟ ଅବଦାନ ଓଡ଼ିଆ ଜାତି ପାଇଁ ଏକ ଅମୂଲ୍ୟ ସମ୍ପଦ।

ଉତ୍କଳମଣିଙ୍କ ଆଦର୍ଶ ଆମ ପ୍ରତ୍ୟେକଟି କାର୍ଯ୍ୟର ମୂଳଦୁଆ। ତାଙ୍କରି ସେବାଭାବକୁ ସମ୍ମାନ ଜଣାଇ ରାଜ୍ୟର ସର୍ବବୃହତ ସ୍ୱାସ୍ଥ୍ୟସେବା ଯୋଜନାକୁ ତାଙ୍କ ନାମରେ ନାମିତ କରାଯାଇଛି। ଆଜି ଆମେ ସମୃଦ୍ଧ ଓଡ଼ିଶା ଗଠନ ଦିଗରେ କାର୍ଯ୍ୟ କରୁଥିବା ବେଳେ ଉତ୍କଳମଣିଙ୍କ ଆଦର୍ଶ ସର୍ବଦା ଆମର ପଥପ୍ରଦର୍ଶକ ସାଜିଛି।

Leave a Reply

Your email address will not be published. Required fields are marked *