Spread the love

ଡକାୟତି ଯୋଜନା କରୁଥିବା ବେଳେ ନଅଜଣ କୁକ୍ଷାତ ଅପରାଧିଙ୍କୁ ମାଡି ବସିଲା ଟାଉନ ପୋଲିସ

କେନ୍ଦୁଝର — ଡକାୟତି ଯୋଜନା ପଣ୍ଡ, ଡକାୟତି ପାଇଁ ଯୋଜନା କରୁଥିବା ବେଳେ ନଅଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡକାୟତ ଙ୍କୁ ମାଡି ବସିଲା କେନ୍ଦୁଝର ପୋଲିସ୍।ସମସ୍ତ ଙ୍କର ଇଛା ଥାଏ ପାଠପଢି ବଡ ଅଫିସର ହେବାକୁ ହେଲେ ଗଣେଷ ଗିରୀର ଇଛା ଥିଲା ଗ୍ୟାଙ୍ଗଷ୍ଟାର ବନି କେନ୍ଦୁଝରର ଡନ ହେବାକୁ | ଏଥି ପାଇଁ ଗଠନ କରିଥିଲେ ମହାକାଳ ଗ୍ରୁପ | ଆଉ ଏଥିରେ ସାମିଲ କରିଥିଲା ଝାରଖଣ୍ଡ ଓ ଓଡିଶା ରାଜ୍ୟ ରୁ ବଛା ବଛା ଅନେକ ଯୁବକ | ଏହାର ଡନ ସାଜିଥିଲା ମୟୂରଭଞ୍ଜ ଜିଲ୍ଲା ଛେଳିଆନାଳ ଆଞ୍ଚଳର ଗଣେଷ ଗିରୀ ଲୋକଙ୍କୁ ଭୟବିତ କରିବାକୁ ଏକା ସାଙ୍ଗରେ ଏକାଧିକ ଗାଡି ନେଇ ସୁରକ୍ଷା ବଳୟ ଭିତରେ ବାହାରୁ ଥିଲେ ଗଣେଷ | ନିଜର ସାମ୍ରାଜ୍ୟ ବଢ଼ାଇବାକୁ ବିଭିନ୍ନ ଖଣି ଓ କଳ କାରଖାନା ମାଲିକ ଙ୍କୁ ଧମକ ଦେଇ ଦାଦା ବଟି ଆଦାୟ କରୁଥିବା ସୂଚନା। ଯାହାକୁ ନେଇ ବିଭିନ୍ନ ସମୟରେ ବିଭିନ୍ନ ଥାନାରେ ରୁଜୁ ହୋଇଛି ୩୭ ଟି ମାମଲା | ଯେଉଁଥିରେ ଡକାୟତି , ହତ୍ୟା , ଖଣିଜ ପଦାର୍ଥ ଚୋରାଚାଲାଣ ଓ ଦାଦାବଟି ଆଦାୟ ଭଳି ଅଭିଯୋଗ ରହିଛି । ଯାହାକୁ ନେଇ ତାଙ୍କ ପଛରେ ପଡ଼ିଥିଲା କେନ୍ଦୁଝର ପୋଲିସ । ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନେତୃତ୍ୱରେ ଗଠନ ହୋଇଥିଲା ଏକାଧିକ ସ୍ପେସାଲ ସ୍କ୍ୱାର୍ଡ । ଗତକାଲି ବିଶେଷ ସୂତ୍ରରୁ ଖବର ପାଇ କେନ୍ଦୁଝର ନରଣପୁର ର ଘଡଘଡି ମନ୍ଦିର ନିକଟସ୍ଥ ଏକ ପରିତ୍ୟକ୍ତ ଘରେ ଡକାୟତି ଯୋଜନା କରୁଥିବା ବେଳେ ୯ ଜଣଙ୍କୁ ମାଡି ବସିଲା ପୋଲିସ । ସେମାନଙ୍କ ଠାରୁ ୫ ଟି ପିସ୍ତଲ ୨୫ ଟି ଜୀବନ୍ତ ଗୁଳି , ୭ ଟି ମ୍ୟାଗେଜିନ ସହ ୫ ଟି ମାରଣାସ୍ତ୍ର ଓ ଏକ ଥାର ଗାଡି ଜବତ କରିଛି ପୋଲିସ । ଏମାନଙ୍କ ମଧ୍ୟରୁ ଜଣେ ଝାରଖଣ୍ଡ ରାଜ୍ୟ ର ହୋଇଥିବା ବେଳେ ଅନ୍ୟମାନେ କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲାର ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି। କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *