Spread the love

କୁଲାଡ ଗ୍ରାମରେ ଖୁବ୍ ଧୁମଧାମରେ ପାଳନ ହେଉଛି ଗଜଲକ୍ଷ୍ମୀ ପୂଜା

ସାହାରା କ୍ଲବ ତରଫରୁ ୧୦୮ ଦୀପ ପ୍ରଜ୍ଜଳନ

ଅନୁଗୁଳ:ସବୁବର୍ଷ ଭଳି ଚଳିତବର୍ଷ କୁଲାଡ଼ର ସମସ୍ତ ପୂଜା କମିଟି ଦ୍ବାରା ସବୁବେଳେ ନିଆରା ଢଙ୍ଗରେ ତୋରଣ ଓ ମେଢ ହୋଇଥାଏ। ଏ ବର୍ଷ ମଧ୍ୟ ସବୁ ପୂଜା ପେଣ୍ଡାଲ ନୂଆ ନୂଆ କରି ଦେଖାଇଛନ୍ତି।ଅନୁଗୁଳ ୫୫ ନମ୍ବର ଜାତୀୟ ରାଜପଥ କଡ଼ରେ ଏକାଧିକ ପୂଜା ମଣ୍ଡପ ଥିବାରୁ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି। ଚଳିତ ବର୍ଷ ୬ ତାରିଖ ସନ୍ଧ୍ୟାରୁ ପୂଜା ଆରମ୍ଭ ହୋଇ ୧୪ ତାରିଖରେ ଭସାଣି ଅନୁଷ୍ଠିତ ହେବ ବୋଲି ସୂଚନା କଉଛନ୍ତି। ପୂଜାକୁ ଶାନ୍ତି ଶୃଙ୍ଖଳାର ସହ ପାଳିବା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ନିଆ ଯାଇଛି। ପାନୀୟ ଜଳ,ପରିମଳ,ସୁରକ୍ଷା,ଟ୍ରାଫିକ ବ୍ୟବସ୍ଥା ଆଦି ନିୟନ୍ତ୍ରଣ କରିବା ପାଇଁ ସବୁ ପ୍ରକାର ପଦକ୍ଷେପ ନିଆ ଯାଇଛି। ଆଜି ସାହାରା କ୍ଲବ ତରଫରୁ ୧୦୮ ଦୀପ ପ୍ରଜ୍ଜଳନ କରିଛନ୍ତି। ଲକ୍ଷ୍ମୀ ପୂଜା ସମୟରେ କୁଲାଡର ବନ୍ଧୁ ବାନ୍ଧବ ମାନେ ବାହାରେ ରହୁ ଥିଲେ ଏହି ସମୟରେ ଘରକୁ ଫେରି ଆନନ୍ଦ ଉତ୍ସବରେ ସାମିଲ ହୁଅନ୍ତି। ମେଳା, ମୀନା ବଜାର,ଦୋଳି,ଫୁଡ୍‌ ବଜାର ଦର୍ଶକ ମାନଙ୍କୁ ବିଶେଷ ଆକୃଷ୍ଟ କରିଥାଏ। ଅନୁଗୋଳ ରୁ ସୁଧାକର ସାହୁ

Leave a Reply

Your email address will not be published. Required fields are marked *