Spread the love

ଅନୁଗୋଳ ବନଖଣ୍ଡରେ ଓଡିଆ ଅସ୍ମିତାର ଧଜିଆ ଉଡିଲା – ଗଳା ବାଟରେ ଅଧିକାରୀ ନେଇ ଚର୍ଚ୍ଚା

ଅନୁଗୁଳ,ତା ୧୧/୧୦ ରିଖ(ନି.ପ୍ର) – ଆଇନର ଗଳା ବାଟରେ ଜଣେ ଅଣ ଓଡିଆ ବାବୁ ଓଡିଆ ଅସ୍ତିତା କୁ ଡ଼ଷ୍ଟବିନ ମଧ୍ୟକୁ ଫିଙ୍ଗି ଦେବା ଘଟଣା ସାମନା କୁ ଆସିଛି । କୋଟି କୋଟି ଟଙ୍କାର କାମକୁ ରାଜ୍ୟ ବାହାର ଠିକାଦାରଙ୍କୁ ଟେକି ଦେଇଛନ୍ତି । ଏହା ଦ୍ଵାରା ସେ ପ୍ରମାଣିତ କରିଛନ୍ତି ଯେ ଅନୁଗୁଳ ଜିଲ୍ଲା ଓଡିଶାରେ ବନ ବିଭାଗର ଦୁଇଟି ପ୍ରକଳ୍ପ କାର୍ଯ୍ୟ କରିବାକୁ କୌଣସି ଯୋଗ୍ୟ ଵ୍ୟକ୍ତି ର ଅଭାବ ରହିଛି । ଏମିତିକି ନିଜର ଦୁର୍ବଳତା ଓ ଅନିୟମିତତା କୁ ଲୁଚାଇବାକୁ ବିଭାଗୀୟ ସୁରକ୍ଷା ର ପ୍ରାର୍ଥୀ ଦେଇ ଖସି ଯିବାକୁ ବସିଛନ୍ତି । ଆଉ ଏଥିପାଇଁ ରାଜନୈତିକ ନେତାଙ୍କ ଆଶିର୍ବାଦ ଅଧିକାରୀଙ୍କ ମୁଣ୍ଡ ଉପରେ ରହିଥିବା ଅଭିଯୋଗ ମଧ୍ୟ ଶୁଣା ଯାଉଛି । ଘଟଣାରୁ ପ୍ରକାଶ ଯେ ଅନୁଗୁଳ ବନଖଣ୍ଡ ରେ ଦୁଇଟି ପ୍ରକଳ୍ପର କାଯ୍ୟ ପାଇଁ ପ୍ରାୟ ଛଅ କୋଟି ଟଙ୍କା ରାଜ୍ୟ ସରକାର ମଞ୍ଜୁର କରିଥିଲେ। ଅନୁଗୁଳ ବନାଂଚଳର ଭୁଲାଙ୍ଗିଡ଼ା ନର୍ସରୀ ମଧ୍ୟରେ ବନ୍ୟାପାଣୀ ଚିକିତ୍ସାଳୟ ପାଇଁ ଏକ କୋଟି ସଇଁତିରିଶ ଲକ୍ଷ ପଚିଶ ହଜାର ଟଙ୍ଗା ଓ ପଞ୍ଚ ମହଲା ନିକଟରେ ଅନୁଗୁଳ ବନ୍ୟାଜ ର ନୂତନ କାର୍ଯ୍ୟଳୟ ପାଇଁ ଚାରି କୋଟି ପଞ୍ଚାଅଶୀ ଲକ୍ଷ ସତୁରି ହଜାର ଟଙ୍କା ମଞ୍ଜୁର ହୋଇ ନିର୍ମାଣ କାର୍ଯ୍ୟ ଚାଲିଛି । ଏହି ବହୁ କୋଟି ଟଙ୍କାର କାମ କୁ ନେସନାଲ ପ୍ରୋଜେକଟସ କନ୍‌ଷ୍ଟ୍ରକସନ କର୍‌ପୋରେସନ ପରି ଏକ ସଂସ୍ଥା ଜରିଆରେ କରିବା ଅଧିକାରୀଙ୍କ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଶୁଣାଯାଏ । କାରଣ ନିକଟରେ ନିଜ ଅଫିସ ଠାରୁ ମାତ୍ର କେତେ ମିଟର ଦୂରରେ ଆରସିସିଏଫ ଙ୍କ କାଯ୍ୟାଳୟର କୋଠା ନିର୍ମାଣ କାଯ୍ୟ ଭାର ପୋଲିସ ହାଉସିଂ ବୋର୍ଡ କୁ ଦାୟିତ୍ଵ ଦିଆ ଯାଇଥିବା ବେଳେ ବନଖଣ୍ଡ କାଯ୍ୟରେ କାହିଁକି ଜରାଗଲା ନାହିଁ । ବନଖଣ୍ଡ ଅଧିକାରୀ କେଉଁ ସ୍ବଚ୍ଛତା ଆଧାରରେ ରାଜ୍ୟ ବାହାର ସଂସ୍ଥା କୁ ପସନ୍ଦ କଲେ ତାହା ହିଁ ସନ୍ଦେହ ର କାରଣ ପାଲଟିଛି । ଏପରି ହେବା ଦ୍ବାରା ସ୍ଥାନୀୟ ଅନୁଗୁଳ ଜିଲ୍ଲା ଓଡ଼ିଶାର ଠିକାଦାର ମାନଙ୍କ ଯୋଗ୍ୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେବା ସ୍ବାଭାବିକ । ଅନୁରୂପ ଭାବରେ ଦୁଇଟି ପ୍ରକଳ୍ପ ର ଡ୍ରଇଂ ଓ ଡିଜାଇନ ମଧ୍ୟ ବାହାର ରାଜ୍ୟର ସ୍ଥପତ୍ୟଙ୍କ ଦ୍ବାରା ପ୍ରସ୍ତୁତ କରାଯାଇଥିବା ଏକ ବିଶ୍ବସ୍ତ ସୁତ୍ରୁର ଜଣା ପଡିଛି । ପୁନଶ୍ଚ କେନ୍ଦ୍ର ସରକାରଙ୍କ ଏକ କର୍ପୋରେସନ କୁ କାର୍ଯ୍ଯଭାର ସମତି ଦେବା ଓ ଏହାକୁ ଆୟୁଧ କରି ନିଜର ଜ୍ଞାତି କୁଟୁମ୍ବ ଙ୍କୁ ଯେ ନିୟୋଜାତ କରା ଯାଇ ନାହିଁ ତାହା ତଦନ୍ତ ସାପେକ୍ଷ । ସବୁଠାରୁ ବଡ଼ କଥା ହେଉଛି ଯେ ଅନୁଗୋଳ ବନଖଣ୍ଡ ଅଧିକାରୀ ସୁରକ୍ଷା ପ୍ରସଙ୍ଗ କୁ ଆୟୁଧ କରି ନିଜର ଟୁର ସଂପର୍କିତ ତଥ୍ୟ ପ୍ରଦାନ କରିବାକୁ ସୁଚନା ଅଧିକାରକୁ ଫାଙ୍କି ଦେବାକୁ ବସିଛନ୍ତି । ପ୍ରତି ବର୍ଷ ଟୁଋ ବାବଦରେ ଲକ୍ଷ ଲକ୍ଷ ଟଙ୍କା ରାଜକୋଷରୁ ଟି. ଏ. ନେଉଥିବା ଅଧିକାରୀ ଜଣଜ ନିଜର ଟୁର୍ ରିପୋର୍ଟ ପ୍ରଦାନରେ କି ପ୍ରକାର ସୁରକ୍ଷା ପ୍ରଭାବିତ ହୋଇପାରେ । ଅଫିସ ମଧ୍ୟରେ କେବଳ ଫାଇଲ୍ କାର୍ଯ୍ୟରେ ସିମୀତ ଅଧିକାରୀ ଜଙ୍ଗଲ ବୁଲିବା ର ତଥ୍ୟ ପ୍ରଦାନ କ୍ଷେତ୍ରରେ ସରକାରୀ ବ୍ୟବସ୍ଥାର ସୁରକ୍ଷା ସଂପର୍କିତ ପ୍ରଶ୍ନ କଙ୍କଡାକୁ ଗୋଳି ପାଣି ସୁହାଇବା ସଦୃଶ ବୋଲି ବୁଦ୍ଧିଜିବୀ ମାନେ ମତ ବ୍ୟକ୍ତ କରିଛନ୍ତି । କଥା କଥାକେ ଓଡିଆ ଅସ୍ମିତା ର ଦ୍ୱାହୀ ଦେଉଥିବା ଜନୈଜ କେନ୍ଦ୍ର ନେତାଙ୍କ ଆଶିର୍ବାଦ -ରେ ଅଧିକାରୀ ଜଣଜ ନିଜର ଆସ୍ଥାନ ବଜାୟ ରଖିବା ସହିତ ଓଡ଼ିଆ ଅସ୍ମିତାର ଧକିଆ ଉଡାଉଥିଵା ସାଧାରଣରେ ଚର୍ଚ୍ଚା ହେଉଛି । |

Leave a Reply

Your email address will not be published. Required fields are marked *