Spread the love

କୃଷକ ମାନଙ୍କ ନିମନ୍ତେ ୨ ଟି ଯୋଜନାର ଶୁଭାରମ୍ଭ

ଅନୁଗୋଳ,ତା.୧୧.୧୦:- ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ କରକମଳରେ କୃଷି ବିଭାଗର ୨ଟି ଯୋଜନାର ଆଜି ଶୁଭାରମ୍ଭ କରିଛନ୍ତି । ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନା ଓ ଡାଲି ଜାତୀୟ ଫସଲରେ ଆତ୍ମନିର୍ଭରତା ମିଶନ, ଯାହାର ସିଧା ପ୍ରସାରଣ ଏନ୍ ଏ ଏସ୍ ସି କମ୍ପ୍ଲେକ୍ସ, ନୂଆଦିଲ୍ଲୀରୁ କରାଯାଇଛି । ଏହି ଅବସରରେ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ଅନୁଗୋଳ କୃଷି ବିଜ୍ଞାନ କେନ୍ଦ୍ର ସମ୍ମିଳନୀ କକ୍ଷରେ ଆୟୋଜିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମାନ୍ୟବର ପାଳଲହଡା ବିଧାୟକ ଶ୍ରୀ ଅଶୋକ ମହାନ୍ତି, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ବବିତା ପ୍ରଧାନ, ମାନ୍ୟବର ଢେଙ୍କାନାଳ ସାଂସଦଙ୍କ ପ୍ରତିନିଧି ଶ୍ରୀ ପ୍ରଭାତ କୁମାର ପ୍ରଧାନ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଦେବଦତ୍ତ ମହନ୍ତ, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ଊମା ଶଙ୍କର ମିଶ୍ର, ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ, କୃଷି ବିଜ୍ଞାନ କେନ୍ଦ୍ର ଡଃ.ଦେବାଶିଷ ମିଶ୍ର, ଊପ-ନିର୍ଦ୍ଦେଶକ ଊଦ୍ୟାନ ଶ୍ରୀ ଅମ୍ବର ଲୁଗୁନ୍, ଅନୁଗୋଳ ସମବାୟ ସମିତି ସମୂହର ଊପ-ନିବନ୍ଧକ ଶ୍ରୀ ଶରତ ଚନ୍ଦ୍ର ପାଣିଗ୍ରାହୀ, ଏଲ୍ ଡି ଏମ୍ ଶ୍ରୀ ଦିପକ ମିଶ୍ର, ଏ ଡି ଭି ଓ ଶ୍ରୀ ନିଗମାନନ୍ଦ ପାଢି, ଏ ୟୁ ସି ସି ବି ମ୍ୟାନେଜର ଶ୍ରୀ ରୁଦ୍ର ମୋହନ ମିଶ୍ର, ଡି ଆଇ ଓ (ଏନ୍ ଆଇ ସି) ଶ୍ରୀ ଅଭିଷେକ ସିଂହ ଏବଂ ୨୦୦ ଜଣ ଚାଷୀ ଭାଇ ଓ ମା ମାନେ ଯୋଗ ଦେଇଥିଲେ । ମାନ୍ୟବର ପାଳଲହଡା ବିଧାୟକ ତାଙ୍କ ଅଭିଭାଷଣରେ ଚାଷୀ ଭାଇ ଭଉଣୀମାନଙ୍କୁ ଡାଲି ଜାତୀୟ ଚାଷକୁ ବୃଦ୍ଧି କରିବା ଏବଂ ଜମିକୁ ପଡିଆ ନ ରଖି କୃଷି ଓ ଆନୁସଙ୍ଗିକ ବିଭାଗର ସହାୟତାରେ ନିଜର ଆୟକୁ ଦ୍ବିଗୁଣିତ କରିବାକୁ ପ୍ରୋତ୍ସାହନ କରିଥିଲେ । ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଯୋଜନା ବିଷୟରେ ବିବରଣୀ ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *