ସାମ୍ଭାବ୍ୟ ବାତ୍ୟା ପାଇଁ ଟୋଲ ଫ୍ରି ନମ୍ବର ଜାରି କଲା ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ
ଭୁବନେଶ୍ବର: ସାମ୍ଭାବ୍ୟ ବାତ୍ୟା ‘ମୋନ୍ଥା’ କୁ ଆଖି ଆଗରେ ରଖି ଟୋଲ ଫ୍ରି ନମ୍ବର ଜାରି କଲା ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ । ଚାଷୀ ମାନେ ୧୫୫୩୩୩ ନମ୍ବରରେ ବାତ୍ୟା ସମ୍ବନ୍ଧୀୟ ପରାମର୍ଶ ପାଇପାରିବେ। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ବାତ୍ୟା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ବସିଥିଲା ଗୁରୁତ୍ବପୂର୍ଣ୍ଣ ବୈଠକ। ବିଭାଗୀୟ ଅଧିକାରୀଙ୍କ ସହ ଭିସିରେ ଜିଲ୍ଲାପାଳମାନେ ଉପସ୍ଥିତ ଥିବା ସୂଚନା ।



