Spread the love

ବାତ୍ୟା ମୋନ୍ଥା କୁ ନେଇ ସମୀକ୍ଷା କରିଛନ୍ତି ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ। ତେବେ ବାତ୍ୟା ମୋନ୍ଥା ଦ୍ଵାରା ୧୫ ଜିଲ୍ଲା ପ୍ରଭାବିତ ହେବାର ଆଶଙ୍କା ରହିଛି। ବିଶେଷ କରି ଦକ୍ଷିଣାଞ୍ଚଳ ଓ ଉପକୂଳ ଜିଲ୍ଲାରେ ବାତ୍ୟାର ପ୍ରଭାବ ପଡିପାରେ। ଯଦି ବି ବାତ୍ୟା ମୋନ୍ଥା ଦିଗ ପରିବର୍ତ୍ତନ କରେ ତାହେଲେ ବି ସରକାର ପ୍ରସ୍ତୁତ ଅଛନ୍ତି।

ଆମେ ଏ ନେଇ ଜଳସମ୍ପଦ, ପଞ୍ଚାୟତିରାଜ , କୃଷି ଓ ଶକ୍ତି ବିଭାଗକୁ ସଜାଗ କରିଛୁ। ଅତୀତର ଅନୁଭୂତିକୁ ଦେଖି ସବୁ ପଦକ୍ଷେପ ନେଇଛୁ। ଯଦି ଲୋକେ ପାଣି ଘେରରେ ରୁହନ୍ତି , ତାହେଲେ ଆମେ ସେମାନଙ୍କୁ ଖାଦ୍ୟ ଯୋଗାଇବୁ। ଲୋକଙ୍କ ଜୀବନ ରକ୍ଷାକୁ ଆମେ ପ୍ରାଥମିକତା ଦେଉଛୁ।୨୮ ଏବଂ ୨୯ ତାରିଖ ଦୁଇ ଦିନ ଓଡିଶା ଉପରେ ବାତ୍ୟାର ପ୍ରଭାବ ରହିବ।ସମ୍ଭାବ୍ୟ ବାତ୍ୟା ଜନିତ ବର୍ଷାକୁ ଦୃଷ୍ଟିରେ ରଖି ଜଳସମ୍ପଦ ବିଭାଗ ପକ୍ଷରୁ ପ୍ରସ୍ତୁତି ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବିଭିନ୍ନ ଅବବାହିକାରେ ଥିବା ଜଳଭଣ୍ଡାର ସ୍ଥିତିକୁ ଅନୁଧ୍ୟାନ କରାଯାଉଛି । ସ୍ଥିତି ଦେଖି ସମସ୍ତ ଅଧିକାରୀ ଓ ଯନ୍ତ୍ରୀଙ୍କୁ ସତର୍କ ରହି କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମୁଦ୍ର ଅଶାନ୍ତକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀଙ୍କୁ ଆସନ୍ତାକାଲିଠାରୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି । ଯେଉଁ ମାନେ ମାଛ ମାରିବାକୁ ସମୁଦ୍ର ମଧ୍ୟକୁ ଯାଇଛନ୍ତି , ସେମାନେ ଯଥାଶୀଘ୍ର ଫେରି ଆସିବା ସହିତ ନିଜ ନିଜର ଜାଲ, ଡ଼ଙ୍ଗା ଆଦିକୁ ସୁରକ୍ଷିତ ସ୍ଥାନରେ ରଖିବା ପାଇଁ କୁହାଯାଇଛି।

Leave a Reply

Your email address will not be published. Required fields are marked *