ମେଧାବୀ ଛାତ୍ର ଛାତ୍ରୀ ଙ୍କ ପାଇଁ ସାଇନିଂ ଷ୍ଟାର କାର୍ଯ୍ୟକ୍ରମ ଉଦଘାଟିତ

କଠିନ ଅଧ୍ୟବସାୟ ହିଁ ସଫଳତା ର ମୂଳମନ୍ତ୍ର
ଭଟଲି :- ଭଟଲି ବ୍ଲକ ଅନ୍ତର୍ଗତ କମଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଜିଲ୍ଲା ଶିକ୍ଷା ବିଭାଗ ଆନୁକୂଲ୍ୟରେ ମେଧାବୀ ଛାତ୍ର ଛାତ୍ରୀ ଙ୍କ ପାଇଁ ଆବାସିକ ସାଇନିଂଷ୍ଟାର କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇ ଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ଜ୍ୟୋତିକାନ୍ତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ପାଳ ମଧୁଛନ୍ଦା ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ ଉପସ୍ଥିତ ଛାତ୍ର ଛାତ୍ରୀ ଙ୍କୁ ଉତ୍ସାହିତ କରି କଠିନ ପରିଶ୍ରମ ହିଁ ସଫଳତା ର ମୂଳମନ୍ତ୍ର ବୋଲି ଉଲ୍ଲେଖ କରିଥିଲେ ସମ୍ମାନିତ ଅତିଥି ଭାବେ ଏଡିଇଓ ବିନୟ କୁମାର ସୋଏ, ଏଡିଇଓ ସରୋଜ କୁମାର ଭୁଏ, କମଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରେମାନନ୍ଦ ପଟେଲ ପ୍ରମୁଖ ଉପସ୍ଥିତ ରହି ଛାତ୍ର ଛାତ୍ରୀ ଙ୍କୁ ଆସନ୍ତା ମ୍ୟାଟ୍ରିକ ପରୀକ୍ଷା ରେ ଭଲ ପରୀକ୍ଷା ଫଳ ପାଇଁ ଉପାଦେୟ ପରାମର୍ଶ ପ୍ରଦାନ କରିଥିଲେ ।ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଧିରୋଜ ପଟ୍ଟନାୟକ ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ କାର୍ଯ୍ୟକ୍ରମକୁ ଭବାନୀ ଶଙ୍କର ଗଡତିଆ ସଂଯୋଜନା କରିଥିଲେ ।ଏହି ଅବସରରେ ଜଣେ ସାଇନିଂଷ୍ଟାରର ପୂର୍ବତନ ଛାତ୍ରୀ ଜାଗୃତି ଗଡତିଆ ବିଗତ ଦିନର ଅନୁଭୂତି ବର୍ଣ୍ଣନା କରି ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଅତାବିରା ବିଇଓ ମିଶ୍ରାଣୀ କୁମ୍ଭାର,ଭେଡେନ ବିଇଓ ମଛିନ୍ଦ୍ର ମଲ୍ଲିକ,ବିଜେପୁର ବିଇଓ ବଲ୍ଲଭ ମେହେର,ପାଇକମାଳ ବିଇଓ ଅଦନ ସୁନା ପଦ୍ମପୁର ବିଇଓ ଶୁଭମ୍ ପତି, ରାଜବୋରାସମ୍ବର ବିଇଓ ଲୋକନାଥ ଭୋଇ, ବରଗଡ଼ ବାଳିକା ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତି ସୁନା, ଜର୍ଜ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଶାଶ୍ଵତୀ ଦାଶ,ବରପାଲି ବାଳିକା ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ନାରାୟଣ ଭୁଏ , ବରପାଲି ବାଳକ ହାଇସ୍କୁଲର ପ୍ରଧାନ ଶିକ୍ଷକ ସନୋଜ ସେଠୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ପ୍ରିୟବ୍ରତ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ । ଏହି ଅବସର ରେ ପ୍ରଥମ ଦିନ ରେ ଯୋଗଦେଇଥିବା ସମସ୍ତ ଛାତ୍ର ଛାତ୍ରୀ ଙ୍କୁ ବିଭିନ୍ନ ବିଷୟ ରେ ଶିକ୍ଷା ଦାନ କରାଯାଇଥିଲା । ତିନି ଦିନ ଧରି ଅନୁଷ୍ଟିତ ହେବାକୁ ଥିବା ଏହି ଆବାସିକ ପ୍ରଶିକ୍ଷଣ ଶିବିର ରେ ଜିଲ୍ଲା ର ବିଭିନ୍ନ ବ୍ଲକ ରୁ ମନୋନୀତ ହୋଇ ଆସିଥିବା ୧୪୪ ଜଣ ଛାତ୍ର ଛାତ୍ରୀ ଙ୍କୁ ଜିଲ୍ଲା ର ବିଭିନ୍ନ ବିଷୟ ରେ ଅଭିଜ୍ଞ ୬୫ ଜଣ ସାଧନ କର୍ମୀ ଶିକ୍ଷାଦାନ କରୁଛନ୍ତି।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-12-scaled.jpg)

