Spread the love

କେନ୍ଦୁଝର ଜିଲ୍ଲା ଚମ୍ପୁଆ ଅବକାରୀ ବିଭାଗର ଅଫିସର ଇନଚାର୍ଜ ବିଜୟ କୁମାର ମହାନ୍ତ 40000 ହଜାର ଟଙ୍କା ଲାଞ୍ଚନେବା ବେଳେ ମାଡିବସିଲା ଭିଜିଲାନ୍ସ l ଆଜି ତାଙ୍କ କାର୍ଯ୍ୟାଳୟରେ ଲାଞ୍ଚ ଟଙ୍କା ନେବା ବେଳେ ମାଡି ବସିଛି କେନ୍ଦୁଝର ଭିଜିଲାନ୍ସ ବିଭାଗ lକେନ୍ଦୁଝର ଅବକାରୀ ସୁପରିଟେଣ୍ଡ ସୀତାରାଣୀ ପଟାୟତଙ୍କ ନିର୍ଦେଶରେ ସେ ଆଜି କରଞ୍ଜିଆ ବିଦେଶୀ ମଦ ଦୋକାନ ମାଲିକ ବିଧୁଭୂଷଣ ପତିଙ୍କ ଠାରୁ ତାଙ୍କ କାର୍ଯ୍ୟାଳୟ ରେ ଏହି ଲାଞ୍ଚଟଙ୍କା ନେଇଥିଵା ବେଳେ ମାଡିବସିଛି ଭିଜିଲାନ୍ସ l କରଂଜିଆ ବିଦେଶୀ ମଦ ଦେlକାନର ମାଲିକ ବିଧୁଭୂଷଣ ପତିଙ୍କ ଠାରୁ ମାସିକ ଦଶ ହଜାର ଚାନ୍ଦା ଦାବୀକରିବା ସହ ଚାରିମାସର ଚାଳିଶ ହଜାର ଟଙ୍କା ଦାବୀ କରିଥିଲେ କେନ୍ଦୁଝର ଅବକାରୀ ସୁପରିଟେଣ୍ଟ l ଏହାକୁ ନେଇ ବିଧୁଭୂଷଣ କେନ୍ଦୁଝର ଭିଜିଲାନ୍ସ ବିଭାଗର ଦ୍ବାରସ୍ଥ ହେlଇଥିଲେ ଆଜି ପୂର୍ବ ଯେlଜନା ମୂତାବକ ବିଧୂଭୂଷଣ ଚାନ୍ଦାଟଙ୍କା ଦେବା ପାଇଁ ସୁପରିଟେଣ୍ଟଙ୍କୁ ଯେlଗାଯେlଗ କରିଥିଲେ ଫଳରେ ସେ ଏହିଟଙ୍କା ଚମ୍ପୁଆ ଅବକାରୀ ଇନଚାର୍ଯ ବିଜୟ ମହାନ୍ତଙ୍କୁ ଟଙ୍କା ଦେବାକୁ କହିଥିଲେ l ବିଧୂଭୂଷଣ ଏହିଟଙ୍କା ବିଜୟ ମହାନ୍ତକୁ ତାଙ୍କ କାର୍ଯ୍ୟାଳୟରେ ଦେବା ପରେ ସେ ଟଙ୍କାନେଇ ପ୍ରଥମେ ନିଜ ପକେଟ ପରେ ଅଫିସ ଅଲମାରୀରେ ରଖିଥିଲେ ସେତିକି ବେଳେ ଛକି ବସିଥିବା ଭିଜିଲାନ୍ସ ବିଭାଗ ତାଙ୍କୁ ଧରିବା ସହ ଆଲମାରୀରୁ ଲାଞ୍ଚ ଟଙ୍କା ଜବତ କରି ବିଜୟ ମହାନ୍ତକୁ ଗିରଫ କରି କେନ୍ଦୁଝର ନେଇଥିବା ଜଣା ପଡିଛି ଅନ୍ୟ ପଟେ କେନ୍ଦୁଝରରେ ଅବକାରୀ ସୁପରିଟେଣ୍ଟଙ୍କୁ ମଧ୍ୟ ଭିଜିଲାନ୍ସ ବିଭାଗ ଅଟକ ରଖି ତଦନ୍ତ ଆରମ୍ଭ ଚଳାଇଥିବା ନେଇ ସୂଚନା।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *